ଟିଟିଲାଗଡ଼,୨୭।୧୨(ଡି.ଏନ୍.ଏ.): ଗୋବିନ୍ଦ ସାହୁ ହତ୍ୟା ମାମଲାରେ ତଦନ୍ତ କରୁଥିବା ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍ ମଙ୍ଗଳବାର ଟିଟିଲାଗଡ଼ରେ ପହଞ୍ଚିଥିଲେ। କ୍ରାଇମ୍ବ୍ରାଞ୍ଚର ଡିଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଟିଟିଲାଗଡ଼ରେ ପହଞ୍ଚିଥିଲା। ସେମାନେ ଉକ୍ତ ମାମଲାରେ ସଂଗୃହିତ ହୋଇଥିବା ଜଉମୁଦ ଦସ୍ତାବିଜ୍ ଓ ସାମଗ୍ରୀ ଉପଖଣ୍ଡ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ବିଡିଓ ନବୀନ ଚନ୍ଦ୍ର ନାୟକଙ୍କ ଠାରେ ଦାଖଲ କରିଥିଲେ। ପରେ ଉକ୍ତ ସାମଗ୍ରୀ ଧରି ଫରେନ୍ସିକ୍ ଲ୍ୟାବ ଟେଷ୍ଟ ପାଇଁ ଭୁବନେଶ୍ୱର ଆସିିଥିଲେ ।
ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତ ୨୦ ତାରିଖରେ କଣ୍ଟାବାଞ୍ଜି ଜେଲ୍ରେ ଆତ୍ମହତ୍ୟା କରିଥିଲେ। ମାତ୍ର ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ।