ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଲିଙ୍ଗରାଜ ଷ୍ଟେଶନରେ ପହଞ୍ଚିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର,୩୦।୭(ବ୍ୟୁରୋ): ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଜ ତଦନ୍ତ ଆରମ୍ଭ ହୋଇଛି। କାଗଜାତ ହସ୍ତାନ୍ତର ପରେ ମାମଲାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଲିଙ୍ଗରାଜ ଷ୍ଟେଶନ ଯାଇ ଛାନ୍‌ଭିନ କରୁଥିବା ସୂଚନା ମିଳିଛି।

ଯେଉଁ ସ୍ଥାନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା, ସେଠାକୁ ଯାଇ ଟିମ୍‌ ତନ୍ନତନ୍ନ କରି ଯାଞ୍ଚ କରୁଛି । ତେବେ ଗୁରୁବାର ଘଟଣାର ଡିଜିପି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସିସିଟିଭି ଫୁଟେଜ ସହ ଅନ୍ୟ ଦିଗ ପ୍ରତି କ୍ରାଇମ୍‌ବ୍ରାଞ୍ଚ ଦୃଷ୍ଟି ଦେଇ ତଦନ୍ତକୁ ଆଗକୁ ବଢ଼ାଇବ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଗତ ଜୁଲାଇ ୭ତାରିଖରେ ଆଦିତ୍ୟଙ୍କ ମୃତଦେହକୁ ଲିଙ୍ଗରାଜ ଷ୍ଟେଶନରୁ ଉଦ୍ଧାର କରାଯାଇଥିଲା। ଟ୍ରେନ୍‌ ଧକ୍କାରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି କିମ୍ବା ଏହା ପଛରେ ଅନ୍ୟ କାରଣ ରହିଛି ସେନେଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।

Share