ବଲାଙ୍ଗୀରରେ ବଢ଼ୁଛି ଅପରାଧ, ହେଲେ ପୋଲିସ ନିଷ୍କ୍ରିୟ: ପ୍ରତିବାଦରେ କଂଗ୍ରେସର ଧାରଣା

ବଲାଙ୍ଗୀର ଅଫିସ, ୨୯।୮- ବଲାଙ୍ଗୀରରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଛି। ପୋଲିସ ନିଷ୍କ୍ରିୟତା ଯୋଗୁ ସହରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଚାଲିଥିବା ଅଭିଯୋଗ କରି ଜିଲା କଂଗ୍ରେସ କମିଟି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ଦେଇଛି। ତେବେ କିଛି ଦିନ ତଳେ ମ୍ୟୁନିସିପାଲଟି ମହିଳା ସଫେଇ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା। ଦିନକ ପୂର୍ବରୁ ଦୁଇ ଜଣ ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ସେହିଭଳି ସହରରେ ନିଶା କାରବାର, ଲୁଟପାଟ ବୃଦ୍ଧି ପାଇଛି । ଏହାକୁ ନେଇ ଜିଲା କଂଗ୍ରେସ କମିଟି ସଭାପତି ଦିଲୀପ ବେହେରା ଓ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ପୋଲିସ ପ୍ରଶାସନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।