ଯାହାଙ୍କୁ ଜୀବନ ବୋଲି କହୁଥିଲେ, ତାଙ୍କୁ ଛଟପଟ କରି ମାରିଦେଲେ…ବିଷ ଦେଇଥିବା ପ୍ରେମିକାଙ୍କ ଭୟଙ୍କର ଷଡଯନ୍ତ୍ରର କାହାଣୀ

ତିରୁବନନ୍ତପୁରମ,୨୩।୧:କେହି କ’ଣ କାହାକୁ ଏତେ ଭଲ ପାଇପାରେ ଯେ ସେ ତାକୁ ମାରିପାରେ? ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଧୂମ-୨”ରେ ହ୍ରିତିକ ରୋଶନ ଏହି ଡାଏଲଗ୍‌ ଐଶ୍ୱର୍ଯ୍ୟା ରାୟଙ୍କୁ କହିଥିଲେ, ଯାହା ପରେ ଐଶ୍ୱର୍ଯ୍ୟା ହ୍ରିତିକଙ୍କୁ ଗୁଳି କରିଥିଲେ। ଏବେ କେରଳର ତିରୁବନନ୍ତପୁରମର ଶାରୋନ ହତ୍ୟା ମାମଲାରେ ସମାନ କିଛି ଦେଖିବାକୁ ମିଳିଛି। ଜଣେ ପ୍ରେମିକା ଜ୍ୟୋତିଷଙ୍କ ଭବିଷ୍ୟବାଣୀକୁ ଭୟ କରି ତାଙ୍କ ପ୍ରେମିକଙ୍କୁ ଆୟୁର୍ବେଦିକ ପାନୀୟରେ ବିଷ ମିଶାଇ ହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଗୁଗୁଲରେ କିଭଳି ହତ୍ୟା କଲେ ଧରାପଡ଼ିବେ ନାହିଁ ତାର ରିସର୍ଚ୍ଚ କରିଥିଲେ। ପରେ ସେ ତାଙ୍କ ମାମୁଁଙ୍କ ସହିତ ମିଶି ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ।

ମାତ୍ର ୨୨ ବର୍ଷ ବୟସର ଜଣେ ଝିଅ ଏପରି ଏକ ହତ୍ୟା କାହାଣୀ ଲେଖିଛନ୍ତି ଯେ କେହି ବି ତାହାକୁ ବିଶ୍ୱାସ କରିବା କଷ୍ଟକର। କାରଣ ହତ୍ୟାର କେହି ସାକ୍ଷୀ ନ ଥିଲେ। ପ୍ରଥମେ ଯୁବକଙ୍କ ମୃତ୍ୟୁ ସ୍ବାଭାବିକ ମନେ ହେଉଥିଲା। କିନ୍ତୁ ମରିବା ପୂର୍ବର ଶାରୋନ ତାଙ୍କ ବନ୍ଧୁଙ୍କୁ କହିଥିଲେ ଯେ ତାଙ୍କୁ ପ୍ରେମିକା ଗ୍ରୀଷ୍ମା ଏସ୍‌ଏସ୍‌ ବିଷ ଦେଇ ହତ୍ୟା କରିଥିଲେ। କେବଳ ଗୋଟିଏ ବୟାନରୁ ଆରମ୍ଭ ହୋଇଥିବା ତଦନ୍ତ ଶେଷରେ ଗ୍ରୀଷ୍ମାଙ୍କୁ ଜେଲ୍‌କୁ ପଠାଇଥିଲା। ଏବେ ତାଙ୍କୁ ନେୟତ୍ତିନକାରା ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟ ଏହି ହତ୍ୟାକାଣ୍ଡକୁ ବିରଳ ବୋଲି କହିିଛନ୍ତି।

ଗ୍ରୀଷ୍ମା ଜଣେ ପିଜି ଛାତ୍ର ଥିଲେ ଏବଂ ଶାରୋନ ତାଙ୍କ ସ୍ନାତକର ଶେଷ ବର୍ଷରେ ଥିଲେ। ସେହି ସମୟରେ, ଉଭୟ କନ୍ୟାକୁମାରୀର ଏକ ଘରୋଇ କଲେଜରେ ଭେଟ ହୋଇଥିଲେ। ଏହିଠାରୁ ସେମାନଙ୍କ ହୃଦୟ ମିଶିଥିଲା ଏବଂ ସେମାନେ ପରସ୍ପରର ନିକଟତର ହେବା ଆରମ୍ଭ କରିଥିଲେ। ପାରସ୍ପରିକ ସହମତିରେ ଉଭୟଙ୍କ ମଧ୍ୟରେ ଏକ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା। ଉଭୟ ପ୍ରାୟ ଗୋଟିଏ ବର୍ଷ ପର୍ଯ୍ୟନ୍ତ ପରସ୍ପର ସହିତ ଖୁସିରେ ସମ୍ପର୍କରେ ରହିଥିଲେ। କିନ୍ତୁ ଗ୍ରୀଷ୍ମାଙ୍କ ପରିବାର ତାଙ୍କ ବିବାହ ଅନ୍ୟତ୍ର ସ୍ଥିର କରିଥିଲେ। ବିବାହ ସ୍ଥିର ହେବା ପରେ ଗ୍ରୀଷ୍ମା ଶାରୋନଙ୍କୁ ଦୂରେଇ ଦେବାକୁ ଚାହୁଁଥିଲେ। ସେ ଏ ବିଷୟରେ ଶାରୋନଙ୍କ ସହ କଥା ମଧ୍ୟ ହୋଇଥିଲେ। କିନ୍ତୁ ଗ୍ରୀଷ୍ମାଙ୍କ ସହ ସମ୍ପର୍କ ଶେଷ କରିବାକୁ ଶାରୋନ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ। ଏହା ପରେ, ଗ୍ରୀଷ୍ମା ଯେକୌଣସି ମୂଲ୍ୟରେ ଶାରୋନଙ୍କୁ ଦୂର କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ପାଇଁ ସେ ଏକ ଭୟଙ୍କର ଯୋଜନା କରିଥିଲେ।

ଗ୍ରୀଷ୍ମାଙ୍କ ପରିବାରର ଜ୍ୟୋତିଷ ଭବିଷ୍ୟବାଣୀ କରିଥିଲେ ଯେ ତାଙ୍କ ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ହେବ। ଏହି କାରଣରୁ ଗ୍ରୀଷ୍ମା ବହୁତ ଭୟଭୀତ ହୋଇଯାଇଥିଲେ ଏବଂ ଶାରୋନଙ୍କୁ ଛାଡ଼ି ପୁଣି ଥରେ ବିବାହ କରିବାକୁ ଚାହୁଁଥିଲେ। ଗ୍ରୀଷ୍ମାଙ୍କୁ ଏହା ମଧ୍ୟ ଭୟ ଥିଲା ଯେ ଯଦି ସେ ଶାରୋନଙ୍କ ସହ ତାଙ୍କ ସମ୍ପର୍କ ଶେଷ କରି ଅନ୍ୟ କାହାକୁ ବିବାହ କରନ୍ତି, ତେବେ ଶାରୋନ ତାଙ୍କର ଆପତ୍ତିଜନକ ଫଟୋ ତାଙ୍କ ସ୍ବାମୀଙ୍କୁ ପଠାଇପାରନ୍ତି। ଏହା ତାଙ୍କ ବିବାହକୁ ମଧ୍ୟ ବିପଦରେ ପକାଇପାରେ। ତେଣୁ ସେ ଏକ ଭୟଙ୍କର ଯୋଜନା ପ୍ରସ୍ତୁତ କରିଥିଲେ।

୧୪ ଅକ୍ଟୋବର, ୨୦୨୨ରେ ଗ୍ରୀଷ୍ମା ଶାରୋନଙ୍କୁ ଘରକୁ ଡାକି ଆୟୁର୍ବେଦିକ ଔଷଧ ସହିତ ବିଷ ମିଶାଇ ପିଇବାକୁ ଦେଇଥିଲେ। ଶାରୋନଙ୍କୁ ଔଷଧଟି ବହୁତ କଡ଼ା ଲାଗିଥିଲା। କିନ୍ତୁ ପ୍ରେମିକାଙ୍କ ମୁଁହକୁ ଚାହିଁ ସେ ତାକୁ ପିଇଦେଇଥିଲେ। ଏହା ପରେ ଶାରୋନ ଘରକୁ ଚାଲିଯାଇଥିଲେ। ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା।

ଶାରୋନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ପରୀକ୍ଷା କରିବା ପରେ ଜଣାପଡିଲା ଯେ ତାଙ୍କର ଅନେକ ଅଙ୍ଗ ଅକାମୀ ହୋଇଯାଇଛି। ୧୧ ଦିନର ଚିକିତ୍ସା ପରେ ଶାରୋନ ଯନ୍ତ୍ରଣାଦାୟକ ଭାବେ ମୃତ୍ୟୁବରଣ କରିଥିଲେ। ଅକ୍ଟୋବର ୨୫ ତାରିଖରେ ଶାରୋନଙ୍କ ମୃତ୍ୟୁ ପରେ, ପରିବାରଲୋକେ ଗ୍ରୀଷ୍ମାଙ୍କ ବିଷୟରେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅକ୍ଟୋବର ୩୧ ତାରିଖରେ ଗ୍ରୀଷ୍ମାଙ୍କୁ ଗିରଫ କରିଥିଲା। ପ୍ରାୟ ଗୋଟିଏ ବର୍ଷ ପରେ, ସେପ୍ଟେମ୍ବର ୨୦୨୩ ରେ, ଗ୍ରୀଷ୍ମାଙ୍କୁ ଜାମିନ ମିଳିଥିଲା। ତଥାପି, ପୋଲିସ ତଦନ୍ତ ଏତେ ସଠିକ ଥିଲା ଯେ ଗ୍ରୀଷ୍ମାଙ୍କ ଯୋଜନା ମଧ୍ୟ ସାମ୍ନାକୁ ଆସିଗଲା।

ନେୟତ୍ତିଂକାରା ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟରେ ଶାରୋନ ହତ୍ୟା ମାମଲାର ଶୁଣାଣି ଜାରି ରହିଥିଲା। ପ୍ରାୟ ଦୁଇ ବର୍ଷ ପରେ, କୋର୍ଟରେ ରାୟ ଦେବା ସମୟରେ ବିଚାରପତି ଏଏମ ବଶୀର ସମ୍ପୂର୍ଣ୍ଣ ମାମଲାକୁ ବିରଳରୁ ବିରଳ ବର୍ଗରେ ରଖିଥିଲେ ଏବଂ ଗ୍ରୀଷ୍ମାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟ ଗ୍ରୀଷ୍ମାଙ୍କ ଉପରେ ୨ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ଯଦିଓ ଗ୍ରୀଷ୍ମା ତାଙ୍କର ଶିକ୍ଷାଗତ ସଫଳତା ଏବଂ କୌଣସି ଅପରାଧିକ ରେକର୍ଡ ନ ଥିବା ଦର୍ଶାଇ ମାମଲାରୁ ଖସିଯିବାକୁ ଚେଷ୍ଟା କରିଥିଲେ, କୋର୍ଟ ଏହାକୁ ଏକ ଜଘନ୍ୟ ଅପରାଧ ଭାବରେ ବର୍ଗୀକୃତ କରିଥିଲେ। କୋର୍ଟ ଜାଣିପାରିଲେ ଯେ ଗ୍ରୀଷ୍ମା ଯୋଜନାବଦ୍ଧ ଭାବରେ ହତ୍ୟା କରିଥିଲେ। ଏହା ପୂର୍ବରୁ ମଧ୍ୟ ସେ ଶାରୋନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଗିରଫ ହେବା ପରେ, ସେ ନିଜକୁ ମଧ୍ୟ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ତେଣୁ କୋର୍ଟ ଗ୍ରୀଷ୍ମାଙ୍କୁ ଦିଆଯାଇଥିବା ଦଣ୍ଡରେ କୌଣସି ଅନୁକମ୍ପା ଦେଖାଇ ନାହାନ୍ତି ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌

ନୂଆଦିଲ୍ଲୀ,୩।୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୩୧ ତାରିଖରେ ପାର୍ଲାମେଣ୍ଟର ମିଳିତ ଅଧିବେଶନରେ ଅଭିଭାଷଣ ରଖିବା ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ତାଙ୍କ ସମ୍ପର୍କରେ ଦେଇଥିବା...

ଭାରତର ପଡୋଶୀ ଦେଶମାନଙ୍କରେ ୮୫ ପ୍ରତିଶତ ବଢ଼ିଯିବ କର୍କଟ ଜନିତ ମୃତ୍ୟୁ ସଂଖ୍ୟା: WHO

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଏହାର ପଡୋଶୀ ଦେଶ ମାନଙ୍କରେ ୨୦୫୦ ସୁଦ୍ଧା କର୍କଟ ଏବଂ କର୍କଟ ଜନିତ ମୃତ୍ୟୁ ସଂଖ୍ୟା ୮୫ ପ୍ରତିଶତ ବୃଦ୍ଧି ପାଇବ...

ସଂସଦରେ କ୍ଷମା ମାଗିଲେ ରାହୁଲ ଗାନ୍ଧୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେବା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ...

ବୁଡ଼ିଲା ୪.୩୬ କୋଟି ଟଙ୍କା: ଶେୟାର ମାର୍କେଟ୍‌ରେ ହାହାକାର

ନୂଆଦିଲ୍ଲୀ,୩।୨:ବଜେଟ ପରଠାରୁ ଶେୟାର ମାର୍କେଟ୍‌ର ଅବସ୍ଥା ଭଲ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଓ୍ବାର୍‌ ଏବଂ ବିଦେଶୀ ନିବେଶକଙ୍କ ଦ୍ୱାରା ଟଙ୍କା ପ୍ରତ୍ୟାହାର...

ମୋ ନାଁରେ ରାହୁଲ ଗାନ୍ଧୀ ମିଛ କହିଛନ୍ତି…କାହିଁକି ଏମିତି କହିଲେ ଜୟଶଙ୍କର

ନୂଆଦିଲ୍ଲୀ,୩।୨: ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ.ଙ୍କୁ ଟାର୍ଗେଟ୍‌ କରିଛନ୍ତି। ଜୟଶଙ୍କରଙ୍କ...

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ: ଟପ୍‌-୧୦ରୁ ବାଦ୍‌ ପଡ଼ିଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୩।୨: ଫୋବର୍ସ ୨୦୨୫ରେ ବିଶ୍ୱର ୧୦ଟି ସବୁଠାରୁ ଶକ୍ତିଶାଳୀ ଦେଶର ରାଙ୍କିଂ ପ୍ରକାଶ କରିଛି। ଏଥିରେ ଭାରତକୁ ଶ୍ରେଷ୍ଠ ୧୦ରୁ ବାଦ ଦିଆଯାଇଛି। ଏହି ତାଲିକା...

ଚାକିରି ଯୋଗାଇବାରେ ୟୁପିଏ ଏବଂ ଏନଡିଏ ବିଫଳ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୧: ବଜେଟ ଅଧିବେଶନର ତୃତୀୟ ଦିନରେ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ୱୀକାର କରିଛନ୍ତି ଯେ, ଦେଶରେ...

ରେଳ ବଜେଟ୍‌ରେ ଓଡ଼ିଶାକୁ ନେଇ ଆସିଲା ବଡ଼ ଖବର ଅଶ୍ବିନୀ ବୈଷ୍ଣବ କହିଲେ..

ନୂଆଦିଲ୍ଲୀ,୩।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର (ଫେବୃଆରୀ୧) ତାଙ୍କର ଲଗାତାର ଅଷ୍ଟମ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ୍‌ ଆଗତ ହେବା ପରେପରେ ରେଳ ବଜେଟ୍‌ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image