Categories: ଜାତୀୟ

କ୍ରିମିୟା ପ୍ରସଙ୍ଗ ଭାରତ ପାଇଁ ଏକ ଶିକ୍ଷା: ଚାଇନା-ପାକିସ୍ତାନକୁ ନେଇ ଚେତାବନୀ ଦେଲେ ୟୁକ୍ରେନ ମନ୍ତ୍ରୀ…

ନୂଆଦିଲ୍ଲୀ,୧୧।୪ : ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଏମିନ ଜାପାରୋଭା ଭାରତ ଗସ୍ତରେ ଅଛନ୍ତି। ୟୁକ୍ରେନ ଯୁଦ୍ଧ ପରେ ଭାରତକୁ ୟୁକ୍ରେନର ଜଣେ ମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ। ପାକିସ୍ତାନ ଏବଂ ଚାଇନା ବିଷୟରେ ଏମିନ ଭାରତକୁ ଚେତାବନୀ ଦେଇଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀରେ ଭାରତୀୟ ନେତାମାନଙ୍କୁ ସମ୍ବୋଧିତ କରି ଏମିନ କହିଛନ୍ତି, କ୍ରିମିୟା ପ୍ରସଙ୍ଗ ଭାରତ ପାଇଁ ଏକ ଶିକ୍ଷା ଅଟେ। କ୍ରିମିୟା ପ୍ରସଙ୍ଗକୁ ଦର୍ଶାଇ ୟୁକ୍ରେନ ମନ୍ତ୍ରୀ କହିଛନ୍ତି , ଭାରତ ଏପରି ଲୋକଙ୍କୁ ଚିହ୍ନଟ କରିବା ଉଚିତ, ଯେଉଁମାନେ ସେମାନଙ୍କ ଏଜେଣ୍ଡାକୁ ପ୍ରୋତ୍ସାହିତ କରିବାକୁ ଯେକୌଣସି କାର୍ଯ୍ୟ ମଧ୍ୟ କରିପାରିବେ।

ଦିନେ କ୍ରିମିୟା ୟୁକ୍ରେନର ଏକ ଅଂଶ ଥିଲା, କିନ୍ତୁ ୨୦୧୪ରେ ରୁଷିଆ ଏହାକୁ ଦଖଲ କରିଥିଲା। ମୁଁ ଏକ ବାର୍ତ୍ତା ନେଇ ଭାରତ ଆସିଛି। ୟୁକ୍ରେନ ପ୍ରକୃତରେ ଭାରତକୁ ନିଜ ନିକଟତର କରିବାକୁ ଚାହୁଁଛି। ହଁ … ଆମର ଏକ ଇତିହାସ ଅଛି। ତଥାପି ଆମେ ଭାରତ ସହିତ ଏକ ନୂତନ ସମ୍ପର୍କ ଆରମ୍ଭ କରିବାକୁ ଚାହୁଁଛୁ। ଭାରତର ଚାଇନା ଏବଂ ପାକିସ୍ତାନ ଭଳି ପଡ଼ୋଶୀ ମଧ୍ୟ ଅଛନ୍ତି। ଏହି ଦୃଷ୍ଟିକୋଣରୁ କ୍ରିମିୟା ପ୍ରସଙ୍ଗ ଭାରତ ପାଇଁ ଏକ ଉଦାହରଣ।

Share