Categories: ଜାତୀୟ

ଅପରାଧୀ ବିକାଶ ଦୁବେ ମାମଲା: ଚୌବେପୁର ଥାନାର ପୂର୍ବତନ ଏସ୍‌ଓ ଗିରଫ

କାନପୁର,୮।୭: ୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କୁ ସହାୟତା କରୁଥିବା ୨ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ବୁଧବାର ଚୌବେପୁରର ଥାନାର ନିଲମ୍ବିତ ଏସ୍‌ଓ ବିନୟ ତିୱାରୀ ଓ ସବ୍‌-ଇନ୍ସପେକ୍ଟର କେ.କେ. ଶର୍ମାଙ୍କୁ ଗରିଫ କରାଯାଇଛି। ବୁଧବାର ସକାଳେ ଏସ୍‌ଟିଏଫ୍‌ ଟିମ୍‌ ବିନୟ ଓ କେ.କେଙ୍କୁ ପଚାରଉଚରା କରିବା ପରେ ତାଙ୍କୁ ଗିରଫ କରିଥିଲା। ଘଟଣା ଦିନ ପୋଲିସ ରେଡ୍‌ ବିଷୟରେ ଏହି ୨ଜଣ ବିକାଶଙ୍କୁ ଗୁପ୍ତ ସୂଚନା ଦେଇଥିଲେ ବୋଲି କାନପୁର ପୋଲିସ ସୂଚନା ଦେଇଛି। ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ପୋଲିସ ଏନ୍‌କାଉଣ୍ଟର ଘଟଣାରେ ୮ଜଣ ପୋଲିସ ଯବାନ ଶହୀଦ ହୋଇଥିବା ବେଳେ ଏହା ପଛରେ ଥିବା ମାଷ୍ଟରମାଇଣ୍ଡର ଟେର୍‌ ପାଇନି କାନପୁର ପୋଲିସ। ବିକାଶର ପତ୍ତା ଲଗାଇବା ପାଇଁ ତା’ର ସହଯୋଗୀଙ୍କ ଫୋନ କଲ୍‌ ବିବରଣୀ ଖୋଜା ଯାଉଥିବା ଜଣାପଡ଼ିଛି।

Share