Categories: ଜାତୀୟ

ଦେଶର ୪୪ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା, କେରଳରେ ସର୍ବାଧିକ: ଏଡିଆର ରିପୋର୍ଟ…

ନୂଆଦିଲ୍ଲୀ,୧୫।୭ : ସାରା ଦେଶରେ ୪୪ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। କେରଳରେ ସର୍ବାଧିକ ୭୦ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନେ ନିଜ ବିରୋଧରେ ଥିବା ଅପରାଧିକ ମାମଲା ଘୋଷଣା କରିଛନ୍ତି। ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଦ୍ୱାରା କରାଯାଇଥିବା ଏକ ବିଶ୍ଳେଷଣରୁ ଏହି ଆକଳନଗୁଡ଼ିକ ପ୍ରକାଶ ପାଇଛି ।

ବାସ୍ତବରେ, ଏଡିଆର ଏବଂ ନ୍ୟାଶନାଲ ଇଲେକ୍ସନ ୱାଚ ଦ୍ୱାରା ହୋଇଥିବା ବିଶ୍ଳେଷଣରେ ସାରା ଦେଶରେ ରାଜ୍ୟ ସଭା ତଥା ୟୁନିଅନ ଅଞ୍ଚଳରେ ଥିବାକ ସିଟିଂ ବିଧାୟକଙ୍କ ଆଫିଡେଭିଟ ଯାଞ୍ଚ କରାଯାଇଥିଲା। ସମ୍ପ୍ରତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ବିଧାୟକମାନେ ଦାଖଲ କରିଥିବା ଆଫିଡେଭିଟରୁ ଏହି ତଥ୍ୟ ବାହାର କରାଯାଇଥିଲା। ୨୮ ଟି ରାଜ୍ୟ ବିଧାନସଭା ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୪,୦୩୩ ସିଟିଂ ବିଧାୟକଙ୍କ ମଧ୍ୟରୁ ମୋଟ ୪,୦୦୧ଙ୍କର ସତ୍ୟପାଠ ବିଶ୍ଳେଷଣରେ ଅନ୍ତର୍ଭୁକ୍ତ ହୋଇଥିଲା।

ବିଶ୍ଳେଷଣ କରାଯାଇଥିବା ବିଧାୟକଙ୍କ ମଧ୍ୟରୁ ୧,୧୩୬ ଅର୍ଥାତ୍‌ ୨୮ ପ୍ରତିଶତ ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି। ଏଥିରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଏବଂ ମହିଳାଙ୍କ ବିରୋଧରେ ଅପରାଧ ସହ ଜଡିତ ଗୁରୁତର ଅଭିଯୋଗ ରହିଛି।

କେରଳର ସର୍ବାଧିକ ୧୩୫ ବିଧାୟକଙ୍କ ମଧ୍ୟରୁ ୯୫ ଜଣ ଅର୍ଥାତ ୭୦ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସେହିଭଳି ବିହାରରେ ୨୪୨ ବିଧାୟକଙ୍କ ମଧ୍ୟରୁ ୧୬୧ ଜଣ (୬୭ ପ୍ରତିଶତ), ଦିଲ୍ଲୀରେ ୭୦ ଜଣ ବିଧାୟକଙ୍କ ମଧ୍ୟରୁ ୪୪ ଜଣ (୬୩ ପ୍ରତିଶତ), ମହାରାଷ୍ଟ୍ରରେ ୨୮୪ ଜଣ ବିଧାୟକଙ୍କ ମଧ୍ୟରୁ ୧୭୫ ଜଣ (୬୨ ପ୍ରତିଶତ), ତେଲେଙ୍ଗାନାରେ ୧୧୮ଜଣ ବିଧାୟକଙ୍କ ମଧ୍ୟରୁ ୭୨ ଜଣ (୬୧ ପ୍ରତିଶତ) ଏବଂ ତାମିଲନାଡୁରେ,୨୨୪ ଜଣ ବିଧାୟକଙ୍କ ମଧ୍ୟରୁ ୧୩୪ ଜଣ (୬୦ ପ୍ରତିଶତ) ବିଧାୟକ ସତ୍ୟପାଠରେ ନିଜ ବିରୋଧରେ ମାମଲା ଘୋଷଣା କରିଛନ୍ତି।

 

Share