Categories: ଜାତୀୟ

୪୪ ଏମ୍‌ପି, ୧୪୩ ବିଧାୟକଙ୍କ ନାମରେ ଆପରାଧୀକ ମାମଲା

ଲକ୍ଷ୍ନୌ, ୯।୭: ଦେଶରେ ଆପରାଧୀକ ମାମଲାରେ ଶୀର୍ଷରେ ଉତ୍ତରପ୍ରଦେଶ ରହିଛି। ରାଜ୍ୟର ମୋଟ ୪୦୩ ବିଧାୟକଙ୍କ ମଧ୍ୟରୁ ୧୪୩ଜଣଙ୍କ ନାମରେ ଏକାଧିକ ଆପରାଧୀକ ମାମଲା ରହିଛି। ସେହିପରି ୮୦ ଏମ୍‌ପିଙ୍କ ମଧ୍ୟରୁ ୪୪ ଜଣଙ୍କ ନାମରେ ବିଭିନ୍ନ ମାମଲା ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ମଧ୍ୟ ଅପରାଧ ମୁକ୍ତ ନୁହେଁ। କ୍ୟାବିନେଟ୍‌ର ୨୫ ମନ୍ତ୍ରୀଙ୍କ ମଧ୍ୟରୁ ୧୨ ଜଣଙ୍କ ନାମରେ ଗୁରୁତର ଆପରାଧୀକ ମାମଲା ରହିଛି। ଏଭଳି ମାମଲା ରହିଥିବା ବିଧାୟକଙ୍କ ମଧ୍ୟରେ ଭାଜପାର ୧୧୪, ସମାଜବାଦୀ ପାର୍ଟିର ୧୪, ବହୁଜନ ସମାଜବାଦୀ ପାର୍ଟିର ୫ ଏବଂ କଂଗ୍ରେସର ଜଣେ ରହିଛନ୍ତି। ସେହିପରି ଏମ୍‌ପିଙ୍କ ମଧ୍ୟରୁ ଭାଜପାର ୩୫, ବହୁଜନ ସମାଜବାଦୀ ପାର୍ଟିର ୫ ଏବଂ ସମାଜବାଦୀ ପାର୍ଟିର ୨ ଜଣଙ୍କ ନାମରେ ଏକାଧିକ ମାମଲା ରହିଛି।

Share