ଭୁବନେଶ୍ୱର,୩୧ା୫(ବ୍ୟୁରୋ): ରାଜଧାନୀର କୁଖ୍ୟାତ ଅପରାଧୀ ଚକ୍ରଧର ସାହୁଙ୍କୁ କମିଶନରେଟ୍ ପୋଲିସ ତଡ଼ିପାର ନିର୍ଦ୍ଦେଶ ଦେଇଛି। କମିଶନରେଟ୍ ପୋଲିସ ପକ୍ଷରୁ ୬ ମାସ ପାଇଁ ଚକ୍ରଧରଙ୍କୁ ତଡ଼ିପାର ନୋଟିସ୍ କରାଯାଇଛି। ଏହି ଆଦେଶ ଇନ୍ଫୋସିଟି ଥାନା ଅଞ୍ଚଳ ଏବଂ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ପାଇଁ ବଳବତ୍ତର ରହିବ।
ସୂଚନାଯୋଗ୍ୟ, ନନ୍ଦନକାନନ ଥାନା ଅଧୀନ ଚକ୍ରଧର ଜଣେ ପେସାଦାର ନିଶା ବେପାରୀ। ତାଙ୍କ ନାମରେ ୨୦୧୯ରୁ ୨୦୨୨ ମଧ୍ୟରେ ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନାରେ ଅନେକ ନିଶା କାରବାର ଜନିତ ମାମଲା ରୁଜୁ ହୋଇଛି। ମାରଣାସ୍ତ୍ର ଦେଖାଇବା, ବଟି ଆଦାୟ କରିବା, ହତ୍ୟା ଉଦ୍ୟମ ଭଳି ମାମଲା ଚକ୍ରଧରଙ୍କ ନାମରେ ରହିଛି।