Categories: ଜାତୀୟ

‘ଉତ୍ପୀଡ଼ନ ପାଇଁ ଆପରାଧିକ ଆଇନ ଅସ୍ତ୍ର ନୁହେଁ’

ନୂଆଦିଲ୍ଲୀ, ୨୮।୧୧: ରଚନାତ୍ମକ ଉତ୍ପୀଡ଼ନ ପାଇଁ ଆପରାଧିକ ଆଇନକୁ ଯେପରି ଅସ୍ତ୍ର ଭାବେ ବ୍ୟବହାର କରା ନ ଯାଏ ତାହା ଦେଖିବା ନ୍ୟାୟପାଳିକାର କାର୍ଯ୍ୟ। ରିପବ୍ଲିକ୍‌ ଟିଭିର ଏଡିଟର-ଇନ୍‌-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କ ଅନ୍ତରୀଣ ଜାମିନ ସମୟ ସୀମାକୁ ଆଉ ୪ ସପ୍ତାହ ବଢ଼ାଇବା ଅବସରରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ୨୦୧୮ରେ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ମାମଲାରେ ଏତଲା ଖାରଜ କରିବା ପାଇଁ ବମ୍ବେ ହାଇକୋର୍ଟରେ ହୋଇଥିବା ପିଟିଶନର ବିଚାର ଶେଷ ହେବା ପର୍ଯ୍ୟନ୍ତ ଅର୍ଣ୍ଣବ ଓ ଅନ୍ୟ ଦୁଇଜଣ ଜାମିନରେ ରହିବେ। ବମ୍ବେ ହାଇକୋର୍ଟ ଜାମିନ ପାଇଁ ମନା କରିବା ପରେ ଅର୍ଣ୍ଣବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share