Categories: ଜାତୀୟ

ୟୁପି ଏସଟିଏଫ ଏନକାଉଣ୍ଟରରେ ପୁରସ୍କାର ଘୋଷିତ ଅପରାଧି ନିହତ

ଲକ୍ଷ୍ନୌ,୨୭।୬: ଉତ୍ତରପ୍ରଦେଶର କୌଶମ୍ବୀ ଜିଲ୍ଲାରେ ୟୁପି ଏସଟିଏଫ ଏବଂ ପୁରସ୍କାର ଘେଶଷିତ ଅପରାଧିଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଅପରାଧୀଙ୍କ ନିହତ ହୋଇଛନ୍ତି। ହତ୍ୟା ଓ ହକାୟତି ମାମଲାରେ ଅପରାଧୀଙ୍କୁ ଖୋଜା ଚାଲିଥିଲା। ପୋଲିସ ମୃତଦେହକୁ ପୋଷ୍ଟ ମର୍ଟମ ହାଉସରେ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ, ମଞ୍ଜାନପୁରର ସମଦା ସୁଗାର ମିଲ ନିକଟରେ ଉତ୍ତର ପ୍ରଦେଶ ଏସଟିଏଫ ସହ ଏନକାଉଣ୍ଟରରେ ମହମ୍ମଦ ଗୁଫରାନ ନାମକ ଜଣେ ଅପରାଧୀଙ୍କ ମତ୍ୟୁ ହୋଇଛି। ତାଙ୍କ ଉପରେ ୧,୨୫,୦୦୦ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। କୌଶମ୍ବୀ ପୋଲିସ ଅଧୀକ୍ଷକ ବ୍ରିଜେଶ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ଅପରାଧୀ ନିହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଯୋଗୀ ଆଦିତ୍ୟନାଥ ୨୦୧୭ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ୧୦,୯୦୦ ରୁ ଅଧିକ ଏନକାଉଣ୍ଟର ହୋଇଛି ଯେଉଁଥିରେ ୧୮୫ ରୁ ଅଧିକ ଅପରାଧୀ ନିହତ ହୋଇଛନ୍ତି।

Share