ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ସୁବାସ ଖୁଣ୍ଟାପଶି-ଗୁଣ୍ଡିଚାନାଳୀ ଜଙ୍ଗଲରେ ଥିବା କାମାକ୍ଷାନଗର ପେଲିସ ଖବର ପାଇଥିଲା। ଆଜି ଭୋର ପ୍ରାୟ ସାଢ଼େ ୫ଟାରେ ପୋଲିସ ଚଢ଼ାଉ କରିଥିଲା। ସୁବାସ ଓ ତା’ଙ୍କ ସହଯୋଗୀ ପୋଲିସକୁ ଦେଖି ବୋମା ପକାଇବା ସହ ଓ ଗୁଳି ଚଳାଇଥିଲେ। ପୋଲିସ ମଧ୍ୟ ସୁବାସଙ୍କ ଉପରେ ପାଲଟା ଗୁଳି ଚଳାଇଥିଲା। ସୁବାସଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କ ସହଯୋଗୀ ପୋଲିସକୁ ଚକମା ଦେଇ ଖସି ଯାଇଛନ୍ତି।

Share