ବଲାଙ୍ଗୀର ଜେଲକୁ ଫେରିଲେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ

ବଲାଙ୍ଗୀର,୨୭ା୮: ବଲାଙ୍ଗୀର ଜେଲକୁ ଫେରିଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ। କଟକରୁ ଆଖି ଚିକିତ୍ସା ପରେ ମଙ୍ଗଳବାର ପୁଣି ଥରେ ଜେଲକୁ ଫେରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ ୨୩ ତାରିଖରେ ବଲାଙ୍ଗୀର ଜେଲରେ ଚଢାଉ ହୋଇଥିଲା। ଚଢାଉ ବେଳେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଡି’ ବ୍ରଦର ତଥା ସୁଶାନ୍ତ ଧଳସାମନ୍ତ ରହୁଥିବା ସେଲ୍‌ରୁ ସ୍ମାର୍ଟଫୋନ ମଳିଥିଲା। ଏହାକୁ ହଇଚଇ ସୃଷ୍ଟି ହୋଇଥିଲା। ସୁଶାନ୍ତ ରହୁଥିବା ସେଲ ଭିତରକୁ କିଭଳି ମୋବାଇଲ ଫୋନ ଆସିଲା ଏବଂ ଉକ୍ତ ଫୋନ୍‌ରେ ଧଳସାମନ୍ତ କ’ଣ ସବୁ କାରବାର କରିଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନ ଏହାର ଗୁମର ଖୋଲିବ।

୨୦୧୮ରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ବଲାଙ୍ଗୀର ଜେଲକୁ ସୁଶାନ୍ତ ଧଳସାମନ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଝାରପଡା ଜେଲରୁ ଆପରାଧିକ କାର୍ଯ୍ୟ କରୁଥିବା ଜଣାପଡ଼ିବା ପରେ ଧଳସାମନ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ବଲାଙ୍ଗୀର ଜେଲକୁ ଅଣାଯାଇଥିଲା।
ଗତ ଶୁକ୍ରବାର ସକାଳ ପ୍ରାୟ ୬ଟାରେ ବଲାଙ୍ଗୀର ଏସ୍‌ପି ଋଷିକେଶ ଡି. ଖିଲାରୀ ଏବଂ ୯ ବରିଷ୍ଠ ପୋଲିସ ଅଧିକାରୀ ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ବଲାଙ୍ଗୀର ଜିଲା କାରାଗାର ଭିତରେ ଚଢ଼ାଉ କରିଥିଲେ। ଜେଲର ୧୨ଟି ସେଲ, ରନ୍ଧାଘର, ଲାଟିନ, ଗାଧୁଆଘର ଓ ଅନ୍ୟ ସ୍ଥାନରେ ଯାଞ୍ଚ କରାଯାଇଥିଲା।

ଚଢ଼ାଉ ବେଳେ ଜେଲ ଭିତରୁ ବିଡି, ସିଗାରେଟ, ଭାଙ୍ଗ ଭଳି ନିଶାଦ୍ରବ୍ୟ, ଦୁଇଟି ଲାଇଟର ଏବଂ ଏକ ଟ୍ରିମର ଜବତ କରାଯାଇଥିଲା। ସେହିଦିନ ଅପରାହ୍ନରେ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ କୁମାର ଲାଲ ବଲାଙ୍ଗୀର ଆସି ଘଟଣାର ସମୀକ୍ଷା କରିଥିଲେ। ଏହାପରେ ଜିଲା କାରାଗାର ଭିତରୁ ଏକ ମୋବାଇଲ ଫୋନ ଜବତ ହୋଇଥିବା ସୂଚନା ଦିଆଯାଇଥିଲା।

କେଉଁ ସେଲ୍‌ରୁ ଫୋନ ଜବତ ହୋଇଥିଲା ସେଦିନ କୁହାଯାଇ ନ ଥିଲା। ରବିବାର ସୁଶାନ୍ତ ଧଳସାମନ୍ତ ରହୁଥିବା ସେଲ୍‌ରୁ ଉକ୍ତ ସ୍ମାର୍ଟଫୋନ ଜବତ ହୋଇଥିବା କୁହାଯାଇଛି। ବଲାଙ୍ଗୀର ଜେଲ ଅଧୀକ୍ଷକ ସର୍ବେଶ୍ୱର ସାହୁ ଉକ୍ତ ସ୍ମାର୍ଟଫୋନ ଜବତ କରି ହସ୍ତାନ୍ତର କରିଥିବା ଏବଂ ଏନେଇ ବଲାଙ୍ଗୀର ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।

ସ୍ମାର୍ଟଫୋନ ଜବତ ସମୟରେ ଧଳସାମନ୍ତ ଉକ୍ତ ସେଲ୍‌ରେ ନ ଥିଲେ ଏବଂ ଚିକିତ୍ସା ପାଇଁ ତାଙ୍କୁ କଟକ ବଡମେଡିକାଲକୁ ନିଆଯାଇଥିଲା। ବର୍ତ୍ତମାନ ବଲାଙ୍ଗୀର ଜିଲା କାରାଗାରରେ ଅନେକ କୁଖ୍ୟାତ ଅପରାଧୀ ରହିଛନ୍ତି। ସେଠାରୁ ସ୍ମାର୍ଟଫୋନ, ଟ୍ରିମର, ଲାଇଟର, ବିଡି, ସିଗାରେଟ ଓ ନିଶାଦ୍ରବ୍ୟ ମିଳିବା ଘଟଣା ଆଲୋଡ଼ନ ଖେଳାଇବା ସହ ଜେଲ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କୋଇଡ଼ା ଅଞ୍ଚଳରେ ସକ୍ରିୟ ହେଲେ ମାଓବାଦୀ, ପୋଷ୍ଟରରେ ଲେଖିଲେ…

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଇଡ଼ା ବ୍ଲକର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜରା ରେଲଓ୍ବେ ସାଇଡିଂରେ ମାଓବାଦୀ ପୁଣି ସକ୍ରିୟ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri