Advertisement

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ ଗୋଡରେ ଗୁଳି ବାଜିଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନାନୁଯାୟୀ, ରାତିରେ ନିଶ୍ଚିନ୍ତକୋଇଲି ଥାନା ଏସ୍‌ଆଇ ତପନ ନାୟକ ପାଟ୍ରୋଲିଂରେ ଯାଇଥିବା ବେଳେ ଅସୁରେଶ୍ୱର ଖେଳ ପଡିଆ ନିକଟରେ କିଛି ଅପରାଧୀ ଅପରାଧ ଘଟାଇବା ଲାଗି ଯୋଜନା କରୁଥିବା ଖବର ପାଇଥିଲେ। ଏହାପରେ ପୋଲିସ ଟିମ୍‌ ସେହି ସ୍ଥାନରେ ପହଞ୍ଚିଥିଲା। ତେବେ ପୋଲିସକୁ ଦେଖି ଅପରାଧୀମାନେ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ପୋଳିସ ଗାଡ଼ିରେ ବାଜିଥିଲା। ପରେ ପୋଲିସ ମଧ୍ୟ ଅପରାଧୀଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲା। ସେଥିରୁ ଗୋଟିଏ ଗୁଳି ସୁଶାନ୍ତଙ୍କ ଜଙ୍ଘରେ ବାଜିଥିଲା। ହେଲେ ତାଙ୍କର ସହଯୋଗୀମାନେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ। ତେବେ ପୋଲିସ ସୁଶାନ୍ତକୁ ନିଶ୍ଚିନ୍ତକୋଇଲି ମେଡିକାଲ ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରିଛି। ଏନେଇ ପୋଲିସ ମାମଲା(ନଂ ୨୧୬/୨୩) ରୁଜୁ କରିଛି। ତେବେ ସୁଶାନ୍ତ ନାମରେ ୫୫ରୁ ଅଧିକ ମାମଲା ଥିବା ଥାନା ଅଧିକାରୀ ଯୁଗଳ ଦାସ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share