ତେହେରାନ,୮।୩ : ଇରାନର ପ୍ରାୟ ୨୩୦ ଟି ବିଦ୍ୟାଳୟରେ ପାଞ୍ଚ ହଜାରରୁ ଅଧିକ ଛାତ୍ରୀଙ୍କୁ ଜହର ଦିଆଯାଇଥିବା ଅଭିଯୋଗ ନେଇ ଦେଶର ପ୍ରଭାବଶାଳୀ ନେତା ଆୟତୋଲ୍ଲା ଅଲି ଖୋମେନିଙ୍କ ବିବୃତ୍ତି ସାମ୍ନାକୁ ଆସିଛି।
ସେ କହିଛନ୍ତି ଯେ ଯଦି ଦେଶର ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଜହର ଦିଆଯାଇଛି, ତେବେ ସେଭଳି ଅପରାଧୀଙ୍କୁ କ୍ଷମା ମିଳିବ ନାହିଁ। ସେମାନଙ୍କର ଅପରାଧ ପାଇଁ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ। ପ୍ରଥମ ଥର ପାଇଁ ଖାମେନି ସର୍ବସାଧାରଣରେ ଏଭଳି କହିଛନ୍ତି।
ଏଥି ସହିତ ଇରାନର ମୁଖ୍ୟ ସଂସଦୀୟ ସଦସ୍ୟ ତଥା ଏହି ଘଟଣାରେ ଗଠିତ ତଦନ୍ତ କମିଟିର ସଦସ୍ୟ ମହମ୍ମଦ ହାସନ ଆସେଫରୀ ଇସ୍ନା ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ଇରାନର ୩୧ ଟି ପ୍ରଦେଶ ମଧ୍ୟରୁ୨୫ ଟି ପ୍ରଦେଶର ୨୩୦ ବିଦ୍ୟାଳୟର ୫୦୦୦ରୁ ଅଧିକ ଛାତ୍ରୀ ଜହର ଦ୍ୱାରା।
ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ୪୦୦ ଜଣଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିବ। ଇରାନର ଅଧିକାରୀମାନେ ସଙ୍କଟ ପରଠାରୁ ପ୍ରକୃତ ଆକଳନ ପ୍ରକାଶ କରି ନାହାଁନ୍ତି।