ପୃଥିବୀ ପାଇଁ ପୁଣି ସଙ୍କଟ,ଭାଙ୍ଗିଲା ବିରାଟକାୟ ହିମ ପାହାଡ଼…

ଓ୍ବାଶିଂଟନ, ୨୬।୩ : ପୃଥିବୀ ପାଇଁ ପୁଣି ଏକ ନୂଆ ସଙ୍କଟ ସୃଷ୍ଟି ହୋଇଛି ଆଣ୍ଟାର୍କଟିକାରେ ଏକ ବିରାଟ ହିମ ପାହାଡ଼ ଭାଙ୍ଗି ପଡ଼ିଛି। ଏହାର ଆକାର ୧୨୦୦ ବର୍ଗ କିଲାମିଟରରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହି ଆଇସବର୍ଗର ନାମ ହେଉଛି କଙ୍ଗର ଆଇସ ସେଲ୍ଫ।

ଏହି ବିଶାଳ ହିମ ପାହାଡ଼ ଆଣ୍ଟାର୍କଟିକା ୧୫ ମାର୍ଚ୍ଚରେ ଭାଙ୍ଗିଥିବାେ କୁହାଯାଉଛି। ଏହି ସମୟରେ ସେଠାରେ ତାପମାତ୍ରା ମାଇନସ ୧୨ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଥିଲା, ଯାହା ସ୍ବାଭାବିକଠାରୁ ୪୦ ଡିଗ୍ରୀ ସେଲସିୟସ ଅଧିକ ଥିଲା।

ବ୍ରିଟିଶ ମହାସାଗରୀୟ ବିଜ୍ଞାନୀ ରୋବ ଲାର୍ଟର କହିଛନ୍ତି ଯେ ଆମେ ଉପଗ୍ରହ ତଥ୍ୟ ଯାଞ୍ଚ କରିବା ଦିନଠାରୁ ପୂର୍ବ ଆଣ୍ଟାର୍କଟିକାରେ ଏତେ ବଡ଼ ହିମ ପାହାଡ଼ କେବେ ଭାଙ୍ଗି ନ ଥିଲା। ସେ କହିଛନ୍ତି, ଏହାର ଆକାର ଗତ କିଛି ବର୍ଷ ମଧ୍ୟରେ କ୍ରମାଗତ ଭାବରେ ହ୍ରାସ ପାଉଥିଲା। ଶେଷରେ ଏହା ଅଲଗା ହୋଇଗଲା। ଆଣ୍ଟାର୍କଟିକା ହେଉଛି ପୃଥିବୀର ସବୁଠାରୁ ଶୀତଳ ସ୍ଥାନ, ଯାହା ବର୍ତ୍ତମାନ ପ୍ରବଳ ଉତ୍ତାପର ସମ୍ମୁଖୀନ ହେଉଛି। ଫଳରେ ସଙ୍କଟ ବଢୁଛି।

ଆମେରିକାର କଲୋରଡୋ ୟୁନିଭରସିଟିର ବୈଜ୍ଞାନିକ ଟେଡ ସ୍କାମ୍ବୋସ ଆଣ୍ଟାର୍କଟିକାରେ ପୂର୍ବରୁ ଦେଖାଯାଇ ନ ଥିବା ଉତ୍ତାପ ବିଷୟରେ କହିଛନ୍ତି। ଏଥି ସହିତ, ୱିସ୍କନ୍ସିନ ବିଶ୍ୱବିଦ୍ୟାଳୟର ପାଣିପାଗ ବିଜ୍ଞାନୀ ମାଥ୍ୟୁ ଲାଜାରା କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ ଭଲ ସଙ୍କେତ ନୁହେଁ। ଏହା ପୃଥିବୀ ଉପରେ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ରହିଛି।

ନେଚର ମ୍ୟାଗାଜିନ୍‌ ଅନୁଯାୟୀ, ୧୮୮୦ ମସିହାରୁ ସମୁଦ୍ର ପତ୍ତନରେ ହାରାହାରି ୯ ଇଞ୍ଚ ବୃଦ୍ଧି ଘଟିଛି। ଏହି ଜଳର ଏକ ତୃତୀୟାଂଶ ଗ୍ରୀନଲ୍ୟାଣ୍ଡ ଏବଂ ଆଣ୍ଟାର୍କଟିକାରେ ବରଫ ତରଳିବା ଯୋଗୁ ବୃଦ୍ଧି ପାଇଛି।

Share