ବୋରିସ ଜନସନଙ୍କ ଇସ୍ତଫା ଯୋଗୁ ଅଡୁଆରେ ପ୍ରଧାନମନ୍ତ୍ରୀ ସୁନକଙ୍କ ପାର୍ଟି, ଘାରିଛି ଉପନିର୍ବାଚନରେ ପରାଜୟର ଭୟ

ଲଣ୍ଡନ,୧୧।୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପାର୍ଟିଗେଟ ମାମଲାରେ ସଂସଦ ପଦରୁ ଇସ୍ତଫା ଦେଇଦେଇଛନ୍ତି। ତାଙ୍କର ଇସ୍ତଫା ସଂସଦୀୟ ସମିତିର ସେହି ବୟାନ ପରେ ଆସିଛି, ଯେଉଁଥିରେ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା। ଜନସନଙ୍କ ଇସ୍ତଫା ଯୋଗୁ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟିକୁ ଆଗାମୀ ଉପନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିପାରେ।

ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ବୋରିସ ଜନସନ ୧୦ ଡାଉନିଂ ଷ୍ଟ୍ରିଟରେ ପାର୍ଟି କରି ହାଉସ ଅଫ କମନ୍ସକୁ ବିଭ୍ରାନ୍ତ କରୁଥିବା ଅଭିଯୋଗର ସଂସଦ କମିଟି ଅନୁସନ୍ଧାନ କରୁଛି। ବର୍ତ୍ତମାନ ଉକ୍ସବ୍ରିଜ ସଂସଦୀୟ ନିର୍ବାଚନମଣ୍ଡଳୀରେ ଏକ ଉପ-ନିର୍ବାଚନ ହେବ ଯେଉଁଠାରେ ବୋରିସ ଜନସନ ସାଂସଦ ଥିଲେ। ଏହି ନିର୍ବାଚନରେ ଋଷି ସୁନାକଙ୍କ ଦଳ ପରାଜିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Share