ଆମେରିକା ମିଡ଼ିଆରେ ସଙ୍କଟ: ବେରୋଜଗାର ହେଉଛନ୍ତି ଗଣମାଧ୍ୟମ ପ୍ରତିନିଧି…

ଓ୍ବାଶିଂଟନ,୨୨।୧ : ସିଏନଏନ ଠାରୁ ୱାଶିଂଟନ ପୋଷ୍ଟ ପର୍ଯ୍ୟନ୍ତ ଆମେରିକାର ଗଣମାଧ୍ୟମ କଠିନ ସମୟର ସମ୍ମୁଖୀନ ହେଇଛନ୍ତି। କାରଣ ଆର୍ଥିକ ଅବନତିର ଭୟ ମଧ୍ୟରେ ଅନେକ ଆଉଟଲେଟ ଚଳିତ ଶୀତଦିନରେ ଛଟେଇ ଘୋଷଣା କରିଛନ୍ତି। ଦ ଭର୍ଜ ୱେବସାଇଟ ତଥା ନ୍ୟୁୟର୍କ ମାଗାଜିନ ଏବଂ ଏହାର ଅନଲାଇନ ପ୍ଲାଟଫର୍ମଗୁଡିକର ମାଲିକ ଭକ୍ସ ମିଡିଆ ଏହାର ସାତ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି। ସିଏନଏନ, ଏନବିସି,ଏମଏସଏନବିସି, ବଜ୍‌ ଫ୍ରିଡ ଏବଂ ଅନ୍ୟାନ୍ୟ ଆଉଟଲେଟରେ ମଧ୍ୟ ଛଟେଇ କରାଯାଉଛି।

କର୍ମଚାରୀଙ୍କ ନିକଟକୁ ପଠାଯାଇଥିବା ଏକ ଚିଠିରେ ଭକ୍ସ ମିଡିଆ ସିଇଓ ଜିମ ବ୍ୟାଙ୍କକଫ ଘୋଷଣା କରିଛନ୍ତି ଯେ ଆମ ବ୍ୟବସାୟ ତଥା ଶିଳ୍ପକୁ ପ୍ରଭାବିତ କରୁଥିବା ଆର୍ଥିକ ପରିବେଶ କାରଣରୁ ବିଭିନ୍ନ ବିଭାଗରେ ପ୍ରାୟ ସାତ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ଭଳି କଷ୍ଟସାଧ୍ୟ ନିଷ୍ପତ୍ତି ନିଆଯାଇଛି। ଭକ୍ସ ମିଡିଆ କହିଛି ଯେ ପ୍ରଭାବିତ କର୍ମଚାରୀମାନଙ୍କୁ ଆସନ୍ତା ୧୫ ମିନିଟ ମଧ୍ୟରେ ଚାକିରି ଛାଡ଼ିବାକୁ ସୂଚନା ଦିଆଯିବ। ୧,୯୦୦ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୧୩୦ ଜଣଙ୍କୁ ଛଟେଇ କରାଯାଇଛି।

Share