ବିଜେଡିରେ ସଙ୍କଟ:ବହୁ କର୍ମକର୍ତ୍ତା ପଦ ଛାଡ଼ିଲେ

ଡେରାବିଶ,୧୯ା୯(ବେବର୍ତ୍ତା ଅଜୟ ଦାସ):ଗତ ନିର୍ବାଚନରେ ବିଜେଡି ବିଧାୟକ ଭାବେ ଅରବିନ୍ଦ ମହାପାତ୍ର ଜିତିବାର ୩ ମାସ ନ ବିତୁଣୁ ପ୍ରଥମେ ଡେରାବିଶ ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ବୁଧବାର ବ୍ଲକ ବିଜେଡିର ପ୍ରମୁଖ ନେତା ପୂର୍ବତନ ସମିତି ସଭ୍ୟ ତଥା ଜିଲା ଉପସଭାପତି ଶ୍ରୀମନ୍ତ ରାଉତରାୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ବୁଧବାର ଜିଲା ସଭାପତିଙ୍କ ସମେତ ରାଜ୍ୟ ସଭାପତି ଓ ଅନ୍ୟ ରାଜ୍ୟସ୍ତରୀୟ ନେତୃତ୍ୱଙ୍କ ପାଖକୁ ପଠାଇଛନ୍ତି। ଶ୍ରମନ୍ତଙ୍କ ସହ ଜିଲା ମହିଳା ବିଜେଡି ଉପସଭାନେତ୍ରୀ ନମିତା ସାହୁ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ତୃପ୍ତିମୟୀ କର, ବ୍ଲକ ଯୁବ ବିଜେଡି ସଭାପତି ଗୋଲଖ ସାହୁଙ୍କ ଅନ୍ୟ ୮ଜଣ ଦଳୀୟ କର୍ମକର୍ତ୍ତା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।
ପରିପ୍ରେକ୍ଷୀରେ ବୁଧବାର ଡେରାବିଶ ବ୍ଲକ ଅଧୀନ ଛତାଠାରେ ଏକ ଖବରଦାତା ସମ୍ମିଳନୀ ବରିଷ୍ଠ ନେତା ମନିନ୍ଦ୍ର ପ୍ରସାଦ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ା ଏଥିରେ ଶ୍ରୀମନ୍ତ ପାଟକୁରା ବିଧାୟକଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଛନ୍ତି, ପାଟକୁରା ନିର୍ବାଚନ ମଣ୍ଡଳୀ ଅଧୀନ ଡେରାବିଶ ବ୍ଲକ ବିଜେଡିର ଭାତହାଣ୍ଡି ।
ବିଗତ ନିର୍ବାଚନରେ ଏହି ବ୍ଲକ ଅଧୀନ ୨୬ ପଞ୍ଚାୟତରେ ବିଜେଡି ସର୍ବାଧିକ ଭୋଟ ଅକ୍ତିଆର କରିଥିଲା। ମାତ୍ର ଚଳିତ ନିର୍ବାଚନରେ ପରିଚାଳନାଗତ ତ୍ରୁଟି ପାଇଁ ଭୋଟ ହାର ବହୁ କମିଯାଇଥିଲା। ଦୀର୍ଘ ୨୬ ବର୍ଷ ହେବ ଦଳୀୟ ସଙ୍ଗଠନକୁ କର୍ମୀମାନେ ସୁଦୁଢ଼ କରି ରଖିଥିବା ବେଳେ ଗତ ନିର୍ବାଚନରେ ଦଳୀୟ ସଭାପତିଙ୍କ ନିଷ୍ପତ୍ତି ଅନୁଯାୟୀ ପୁର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଦଳୀୟ ପ୍ରାର୍ଥୀ ହୋଇଥିଲେ। ଅରବିନ୍ଦଙ୍କୁ ବହୁ ମତରେ ନିର୍ବାଚିତ କରିବା ପାଇଁ ଆମ୍ଭେମାନେ ପ୍ରାଣପଣେ ଉଦ୍ୟମ କରିଥିଲୁ ା ହେଲେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିବା ବିଜୟ ବାବୁଙ୍କ ସମର୍ଥକମାନେ ଅର୍ନ୍ତଘାତି କାଯର୍‌ୟ କରିବା ଯୋଗୁ ଦଳର ଏଭଳି ବିପର୍ଯ୍ୟୟ ହୋଇଥିଲା ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ସେନା ଅଧିକାରୀ, ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ମାମଲା: ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର,୧୯।୯: ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭାନ୍ସ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri