Categories: ଜାତୀୟ

ଗୋଆ କଂଗ୍ରେସରେ ସଙ୍କଟ: ୮ ବିଧାୟକ ବାଡ଼ ଡେଇଁ ଧରିଲେ ପଦ୍ମ…

ପଣଜୀ, ୧୪।୯ : ଗୋଆରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ ଏବଂ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ ଆଠ ଜଣ କଂଗ୍ରେସ ବିଧାୟକ ବାଡ଼ ଡେଇଁ ଭାଜପା ଶିବିରରେ ଯୋଗ ଦେଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଗମ୍ବର କାମାତ, ମାଇକେଲ ଲୋବୋ, ଡି ଲୋବୋ, ରାଜେଶ ଫାଲଡେସାଇ, କେଦାର ନାୟକ, ସାଙ୍କଳ୍ପ ଆମୋନକର, ଆଲେକ୍ସୋ ସେକେରା ଏବଂ ରୁଡାଲ୍ଫ ଫର୍ଣ୍ଣାଣ୍ଡିସ କଂଗ୍ରେସ ଛାଡିଛନ୍ତି। ପୂର୍ବର ଏହି ବିଧାୟକମାନେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ମଧ୍ୟ ଭେଟିଥିଲେ।

୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଭାଜପାର ପୂର୍ବରୁ ୨୦ ଜଣ ବିଧାୟକ ଥିଲେ। ଆଠ ଜଣ କଂଗ୍ରେସ ବିଧାୟକ ଭାଜପାରେ ଯୋଗ ଦେବା ପରେ ବିଧାନସଭାରେ କଂଗ୍ରେସ ବିଧାୟକ ସଂଖ୍ୟା ୩ରେ ପହଞ୍ଚିଛି। ଏଥି ସହିତ ଭାଜପା ବିଧାୟକଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।

ଏହା ବ୍ୟତୀତ ବିଧାନସଭାରେ ମହାରାଷ୍ଟ୍ରୱାଡି ଗୋମନ୍ତକ ପାର୍ଟିର ଦୁଇ ଜଣ ବିଧାୟକ। ଗୋଆ ଫରୱାର୍ଡ ପାର୍ଟିର ଜଣେ ବିଧାୟକ ଅଛନ୍ତି। ସେହିପରି ୬ ଜଣ ଅନ୍ୟ ବିଧାୟକ ଅଛନ୍ତି।

Share