Categories: ଜାତୀୟ

ଦିଦିଙ୍କ ଉପରେ ଘନେଇଲା ସଙ୍କଟ: ଅଭିଷେକଙ୍କ ନିକଟତମ ବିନୟଙ୍କ ଘରେ ସିବିଆଇ ଚଢ଼ାଉ

କୋଲକାତା,୩୧।୧୨: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନିକଟତମ ଥିବା ବିନୟ ମିଶ୍ରାଙ୍କ ଘରେ ଗୁରୁବାର ସିବିଆଇ ଚଢ଼ାଉ କରାଯାଇଛି। ବେଆଇନ୍‌ ଗୋଚାଲାଣ ଦୁର୍ନୀତିରେ ନେଇ ଚଢ଼ାଉ କରାଯାଇଛି। ବିନୟ ତୃଣମୂଳ କଂଗ୍ରେସର ଜେନେରାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଛନ୍ତି। ବିନୟଙ୍କ ସହିତ ଅଭିଷେକଙ୍କର ସମ୍ପର୍କ ଭଲ ଥିବା କୁହାଯାଉଛି। ସିବିଆଇ ପକ୍ଷରୁ ଲଗାତାର ବିନୟଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ବିନୟଙ୍କ ନାମରେ କୋଇଲା ଦୁର୍ନୀତି ଅଭିଯୋଗ ଥିବା ମଧ୍ୟ କୁହାଯାଉଛି।

Share