ନକଲି ଇଞ୍ଜେକଶନ୍‌, ମିଛ ଆର୍‌ଟି-ପିସିଆର୍‌ ରିପୋର୍ଟ ଯୋଗୁ ବଢୁଛି ସଙ୍କଟ…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବଜାରରେ କରୋନାର ନକଲି ଇଞ୍ଜେକଶନ କାରବାର କରୁଥିବା ଲାଭଖୋର୍‌ ବେପାରୀଙ୍କ ସହିତ ନକଲି ଆର୍‌ଟି-ପିସିଆର୍‌ ରିପୋର୍ଟ ପ୍ରଦାନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟାରେ ଲଗାମ ଲଗାଇବା କଷ୍ଟକର ହୋଇପଡୁଛି। ପୁଣେରେ ନକଲି ଆର୍‌ଟି-ପିସିଆର୍‌ ରିପୋର୍ଟ ଯୋଗାଇ ଦେଉଥିବା ଏକ ର଼୍ୟାକେଟ ଧରାପଡ଼ିଛି। ଏହି ମାମଲାଣେ ଦୁଇ ଜଣଙ୍କୁ ଗିରଫ କରିଛି। ସେହିପରି ପୁଣେର ବାରାମତିରେ ରେମ୍‌ଡେସିଭିର୍‌ କରୋନା ଇଞ୍ଜେକଶନର ନକଲି କାରବାରର ପର୍ଦ୍ଦଫାଶ୍‌ ହୋଇଛି। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ରେମ୍‌ଡେସିଭିର୍‌ କରୋନା ଇଞ୍ଜେକଶନରେ ପାରାସିଟାମଲ ଭର୍ତ୍ତି କରି ବିକ୍ରି କରୁଥିଲେ ବୋଲି ଡେପୁଟି ଏସ୍‌ପି ନାରାୟଣ ଶ୍ରୀଗୋଏଙ୍କାର ସୂଚନା ଦେଇଛନ୍ତି। ସେହିପରି କେତେକ ଅଞ୍ଚଳରେ ୫୪୦୦ ଟଙ୍କା ଦାମ ଥିବା ରେମ୍‌ଡେସିଭିର୍‌ କରୋନା ଇଞ୍ଜେକଶନର କଳାବଜାର କରାଯାଉଛି। ଏହାକୁ ୩୦ରୁ ୪୦ ହଜାର ଟଙ୍କାରେ ବିକ୍ରି କରାଯାଉଛି। କରୋନା ମହାମାରୀ ସମୟରେ ଏଭଳି କଳାବଜାର ଯୋଗୁ ସାଧାରଣ ଲୋକେ ଅଧିକ ପ୍ରଭାବିତ ହେବାର ଆଶଙ୍କ ରହିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି।

Share