ପାକିସ୍ତାନ ରାଜନେତାଙ୍କ ଉପରେ ସଙ୍କଟ ଘନେଇଲା: ଏସସିଙ୍କ ନିଷ୍ପତ୍ତି ପରେ ୨ ହଜାର ଦୁର୍ନୀତି ମାମଲାର ବିଚାର ହେବ…

ଇସଲାମାବାଦ,୧୭।୯ : ପାକିସ୍ତାନ ରାଜନେତାଙ୍କ ଉପରେ ସଙ୍କଟ ଘନେଇବାରେ ଲାଗିଛି। ଜାତୀୟ ଆକାଉଣ୍ଟେବିଲିଟି ବ୍ୟୁରୋ (ନାବ) ଆଇନ ସଂଶୋଧନ ମାମଲାରେ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜନେତାଙ୍କ ବିରୋଧରେ ପ୍ରାୟ ୨ ହଜାର ଦୁର୍ନୀତି ମାମଲା ପୁନଃ ଖୋଲାଯାଇପାରେ।

ଜିଓ ନ୍ୟୁଜ ରିପୋର୍ଟ କରିଛି ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶର ଉତ୍ତରଦାୟିତ୍ୱ ଆଇନରେ ସଂଶୋଧନ କରାଯାଇଛି।

ନ୍ୟୁଜ ଏଜେନ୍ସିର ଖବର ଅନୁଯାୟୀ ପାକିସ୍ତାନ ତେହେରିକ-ଇ-ଇନସାଫ ନେତା ଇମ୍ରାନ ଖାନଙ୍କ ଏହି ଆବେଦନକୁ ଅନୁମୋଦନ କରିବାବେଳେ କୋର୍ଟ ଏହି ସଂଶୋଧନକୁ ଆଇନଗତ ବୋଲି ଘୋଷଣା କରିଛନ୍ତି। ସଂଶୋଧନ ପରେ ବନ୍ଦ ହୋଇଥିବା ମାମଲାଗୁଡ଼ିକର ବର୍ତ୍ତମାନ ପୁନଃ ବିଚାର ହେବ।

ପାକିସ୍ତାନର ପ୍ରଧାନ ବିଚାରପତି ଓମାର ଅତା ବାନ୍ଦିଆଲଙ୍କ ନେତୃତ୍ୱରେ ଏକ ତିନି ଜଣିଆ ବେଞ୍ଚ ଏହି ସଂଶୋଧନ ବିରୋଧରେ ଆବେଦନ ଉପରେ ସେପ୍ଟେମ୍ବର ୫ରେ ରାୟ ସଂରକ୍ଷିତ ରଖିଥିଲେ।

Share