ଏଚ-୧-ବି ଭିଜା ନେଇ ସଙ୍କଟ: ୬୦ ଦିନରେ ଆମେରିକା ଛାଡ଼ିବା ନିୟମ…

ଓ୍ବାଶିଂଟନ,୧୮।୩ : ଆମେରିକାକୁ ଚାକିରି କରିବାକୁ ଯାଇଥିବା ଭାରତୀୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କୁ ପକ୍ଷରୁ ଏଚ-୧-ବି ଭିଜା ଉପରେ ଅଣାଯାଇଥିବା ଆଇନ ଅନୁସାରେ ଆମେରିକାରେ ଚାକିରିରୁ ଛଟେଇ ହୋଇଥିବା ଲୋକଙ୍କୁ ୬୦ ଦିନ ମଧ୍ୟରେ ଦେଶ ଛାଡିବାକୁ ପଡ଼ିବ। ଏହାଯୋଗୁ ପରିବାର ସହିତ ଆମେରିକାରେ ରହୁଥିବା ଚାକିରିରୁ ଛଟେଇ ହୋଇଥିବା ଲୋକଙ୍କ ଆଖିରୁ ନିଦ ହଜିଯାଇଛି।

ଏହି ନିୟମ ଅନୁସାରେ ଆମେରିକାରେ ଜନ୍ମ ହୋଇଥିବା ସେମାନଙ୍କର ସନ୍ତାନମାନଙ୍କୁ ମଧ୍ୟ ଦେଶ ଛାଡ଼ିବାକୁ ପଡ଼ିବ। ତେବେ ଆମେରିକା ସିଟିଜେନଶିପ୍‌ ଏବଂ ଇମିଗ୍ରେଶନ ସର୍ଭିସେଜ୍‌ ପକ୍ଷରୁ ଏହାର ସୀମା ୧୮୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚିନ୍ତା କରୁଛି।

ସୂଚନାଯୋଗ୍ୟ, ଗତବର୍ଷଠାରୁ ଇତିମଧ୍ୟରେ ଅଢ଼େଇ ଲକ୍ଷ ପେଶାଦାର ଚାକିରିରୁ ଛାଟେଇ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭାରତୀୟ ଆଇଟି ପେଶାଦାରଙ୍କ ସଂଖ୍ୟା ଅଧିକ ରହିଛି।

Share