ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଦୁନିଆର ସବୁଠୁ ଦାମୀ କାର ବୁଗାଟୀ ଲା କିଣିଛନ୍ତି। ଏହି କାରର ମୂଲ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି କାର କିଣିବା ପାଇଁ ରୋନାଲଡୋ ପ୍ରାୟ ୭୫ କୋଟି ଖର୍ଚ୍ଚ କରିଛନ୍ତି। ଏହି କାର ପ୍ରସ୍ତୁତି କରିଥିବା କମ୍ପାନୀ ମାତ୍ର ୧୦ଟି ଏଭଳି କାର୍ ନିର୍ମାଣ କରିଛିି। ୩୫ ବର୍ଷୀୟ ଷ୍ଟାର ଫୁଟବଲର ରୋନାଲ୍ଡୋ ଏହି କାର୍ ସହ ଏକ ଫଟୋ ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି କାର୍କୁ ମିଶାଇ ରୋନାଲ୍ଡୋଙ୍କ ପାଖରେ ଥିବା ସବୁ କାର୍ର ମୂଲ୍ୟ ମୋଟ ୩୦ ମିଲିୟନ ଅର୍ଥାତ୍ ୨୬୪ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ବୁଗାଟୀ ଲା କାର୍ ୩୮୦ କିମି ପ୍ରତି ଘଣ୍ଟା ବେଗ ଧରିପାରେ। ମାତ୍ର ୨.୪ ସେକେଣ୍ଡରେ ୬୦ କିମି ପ୍ରତି ଘଣ୍ଟା ବେଗରେ ଯିବାର କ୍ଷମତା ରହିଛି।