Categories: ଖେଳ

ଇତିହାସ ରଚିଲେ ରୋନାଲ୍ଡୋ

କାତାର,୨୫।୧୧: ପର୍ତ୍ତୁଗାଲର ତାରକା ଷ୍ଟ୍ରାଇକର ତଥା ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଇତିହାସ ସୃଷ୍ଟି କରିଛନ୍ତି। ସେ ଫିଫା ବିଶ୍ୱକପର ପାଞ୍ଚଟି ସଂସ୍କରଣରେ ଗୋଲ ସ୍କୋର କରିବାରେ ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି। ଘାନା ବିପକ୍ଷ ମ୍ୟାଚ୍‌ରେ ସେ ଏହି କୀର୍ତ୍ତିମାନ ହାସଲ କରିଥିଲେ। ଏହା ଏକ ରେକର୍ଡ ଲିଓନେଲ ମେସି, ମାରାଡୋନା ଏବଂ ପେଲେ ଭଳି କିମ୍ବଦନ୍ତୀ ମଧ୍ୟ ହାସଲ କରିପାରି ନ ଥିଲେ। ରୋନାଲ୍ଡୋ ଏହା ପୂର୍ବରୁ ୨୦୦୬, ୨୦୧୦, ୨୦୧୪, ୨୦୧୮ ଫିଫା ବିଶ୍ୱକପରେ ମଧ୍ୟ ଗୋଲ ସ୍କୋର କରିଛନ୍ତି। ଫିଫା ବିଶ୍ୱକପରେ ଏହା ରୋନାଲ୍ଡୋଙ୍କ ୧୮ ତମ ମ୍ୟାଚ ଥିଲା ଏବଂ ସେ ସମସ୍ତ ବିଶ୍ୱକପରେ ୮ ଗୋଲ ସ୍କୋର କରିଥିଲେ।
ଫିଫା ବିଶ୍ୱକପ୍‌ରେ ରୋନାଲ୍ଡୋ ତାଙ୍କ ଦେଶ ପାଇଁ ସର୍ବକନିଷ୍ଠ ଏବଂ ବୟୋଜ୍ୟେଷ୍ଠ ଗୋଲ ସ୍କୋରର ହୋଇଥିଲେ। ସେ ଏହା କରିବାରେ ଦୁନିଆର ତୃତୀୟ ଖେଳାଳି ଅଟନ୍ତି। ଏହାପୂର୍ବରୁ କ୍ରୋଏସିଆର ଆଇଭିସା ଅଲିଚ ଏବଂ ଡେନମାର୍କର ମାଇକେଲ ଲାଡ୍ରୁପ ଏହା କରିଛନ୍ତି।
ପ୍ରମୁଖ ଟୁର୍ନାମେଣ୍ଟ ଅର୍ଥାତ୍‌ ଫିଫା ବିଶ୍ୱକପ ଏବଂ ୟୁରୋ କପ ସହିତ ୧୪ଟି ମ୍ୟାଚରେ ରୋନାଲ୍ଡୋ ୧୩ ଗୋଲ ସ୍କୋର କରିଛନ୍ତି। ଏହା ବ୍ୟତୀତ ସେ ତିନିଟି ଭିନ୍ନ ବିଶ୍ୱକପ୍‌ରେ ପେନାଲ୍ଟି ସ୍କୋର କରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଥିଲେ। ଚଳିତ ବିଶ୍ୱକପ୍‌ରେ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଦଳ ଏକ ରୋମାଞ୍ଚକର ମ୍ୟାଚରେ ଘାନାକୁ ୩-୨ରେ ପରାସ୍ତ କରିଛି।

Share