Categories: ଖେଳ

ପୁଅର ଅସ୍ଥିକୁ ମୋ’ ସହ ଘରେ ରଖିଛି, ବିସର୍ଜନ କରିବି ନାହିଁ: ରୋନାଲ୍ଡୋ

ନୂଆଦିଲ୍ଲୀ,୧୬।୧୧: ଭାବବିହ୍ବଳ ହୋଇଛନ୍ତି ଷ୍ଟାର ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ। ଏକ ସାକ୍ଷାତକାରରେ ପୁଅଙ୍କୁ ହରାଇବାର ଦୁଃଖକୁ ସେ ବଖାଣିଛନ୍ତି। ଏହା ତାଙ୍କ ଜୀବନର ସବୁଠାରୁ ଖରାପ ମୁହୂର୍ତ୍ତ, ଯାହାକୁ କେବେ ବି ଭୁଲି ହେବ ନାହିଁ। ପୁଅଙ୍କ ସ୍ମୃତି ରଖିବାକୁ ଯାଇ ସେ ତାଙ୍କ ଅସ୍ଥିକୁ ନିଜ ଘରେ ରଖିଛନ୍ତି ବୋଲି କହିଛନ୍ତି।

ଅକ୍ଟୋବର ୨୦୨୧ରେ ରୋନାଲ୍ଡୋ ତାଙ୍କର ଯମଜ ସନ୍ତାନ ହେବାକୁ ଯାଉଥିବା ନେଇ ଘୋଷଣା କରିଥିଲେ। ଚଳିତ ବର୍ଷ ଏପ୍ରିଲରେ ତାଙ୍କ ପାର୍ଟନର ଜର୍ଜିନା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ହେଲେ ସେଥିରୁ ଜଣେ ନବଜାତକଙ୍କର ମୃତ୍ୟୁ ଘଟିଥିଲା। ଏବେ ରୋନାଲ୍ଡୋ ତାଙ୍କ ପୁଅଙ୍କ ଅସ୍ଥିକୁ ଘରେ ଥିବା ଛୋଟ ଚର୍ଚ୍ଚରେ ରଖିଥିବା କହିଛନ୍ତି। ସେ ତାକୁ କେବେହେଲେ ସମୁଦ୍ରରେ ବିସର୍ଜନ କରିବେ ନାହିଁ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ରୋନାଲ୍ଡୋ ଏବେ ଫୁଟବଲ୍‌ ବିଶ୍ୱକପ୍‌ର ପ୍ରସ୍ତୁତି କରୁଛନ୍ତି। ଏହାଛଡ଼ଶ ନିଜ କ୍ଲବ ମଞ୍ଚେଷ୍ଟର ୟୁନାଇଟେଡ୍‌ ସହ ଚାଲିଥିବା ବାକ୍‌ ଯୁଦ୍ଧକୁ ନେଇ ସେ ଖବରରେ ରହିଛନ୍ତି।

Share