Advertisement

ଗୁରୁତର ମିଶନ ଶକ୍ତି ମହିଳା ମୃତ, ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ଦେବଗଡ଼,୨୧।୧୧,(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ତିଲେଇବଣି ଛକ ନିକଟରେ ଏକ ଅଜଣା ଟ୍ରକ୍‌ ଧକ୍କାରେ ଶୁକ୍ରବାର ଗୁରୁତର ହୋଇଥିବା ମିଶନ ଶକ୍ତିର ଜଣେ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହାକୁ କେନ୍ଦ୍ର କରି ଜିଲା ଜିଲା ମିଶନ ଶକ୍ତିର ମହିଳାମାନେ ମଙ୍ଗଳବାର ଦେବଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏହା ସହ ମୃତ ମହିଳାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ମିଶନ ଶକ୍ତି ଅଧୀଧିନରେ କାର୍ଯ୍ୟରତ ମହିଳାମାନଙ୍କ ସୁରକ୍ଷା ପାଇଁ ୫୦ ଲକ୍ଷ ଟଙ୍କାର ସରକାରୀ ବୀମା ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି । ଦେବଗଡ଼ ପୌର ପରିଷଦ ୧୦ ନମ୍ବର ୱାର୍ଡର କାଉନସିଲର ଈତିଶ୍ରୀ ମିଶ୍ରଙ୍କ ସହିତ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ରୀନା ଦ୍ୱିବେଦୀ ଏବଂ ବହୁ ମହିଳା ଦେବଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହ ଦାବି ପୂରଣ କରା ନ ଗଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel