ନୂଆଦିଲ୍ଲୀ/ବେଜିଂ, ୨୫।୧୧: ଉତ୍ତରପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର (ଜଓ୍ବୋର ଏୟାରପୋର୍ଟ) ନିର୍ମାଣ ନିମନ୍ତେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି। ଏହା ପରେ କେନ୍ଦ୍ର ସରକାରଙ୍କ ଗୁଣଗାନ କରିବାରେ ଲାଗିଛନ୍ତି। ଭାଜପା ମନ୍ତ୍ରୀ, ଏମ୍ପିଙ୍କଠାରୁ ନେତା। ଜଓ୍ବୋର ବିମାନବନ୍ଦରର ଫଟୋ ଓ ଭିଡିଓ ଶେୟାର କରୁଛନ୍ତି। ହେଲେ ଏୟାରପୋର୍ଟର ମଡେଲ ଫଟୋ ଭାଇରାଲ ହେବାପରେ କେନ୍ଦ୍ର ସରକାରଙ୍କୁ ବିରୋଧୀଙ୍କ ସମେତ ଚାଇନାରେ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଭାଜପା ପକ୍ଷରୁ ଶେୟାର କରାଯାଇଥିବା ଫଟୋ ଚାଇନା ରାଜଧାନୀ ବେଜିଂ ଡାକ୍ସିଂ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟର ବୋଲି ଜଣାପଡ଼ିଛି।