Posted inଜାତୀୟ

ସରକାରଙ୍କୁ ସମାଲୋଚନା ବିରୋଧ ନୁହେଁ

ନୂଆଦିଲ୍ଲୀ,୬ା୪: ସୁପ୍ରିମକୋର୍ଟ ବୁଧବାର ଗଣମାଧ୍ୟମର ସ୍ବାଧୀନତା ଏବଂ ଗଣତନ୍ତ୍ରରେ ଏହାର ମହତ୍ତ୍ୱ ଉପରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଏକ ମୁକ୍ତ ପ୍ରେସ୍‌ ସର୍ବଦା ନାଗରିକମାନଙ୍କ ବାସ୍ତବ ସ୍ଥିତି ଉପସ୍ଥାପନ କରିବା ସହ ରାଷ୍ଟ୍ରର କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥାଏ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୨ ଜଣିଆ ଖଣ୍ଡପୀଠ କହିଛନ୍ତି।

ମାଲାୟାଲମ୍‌ ନ୍ୟୁଜ୍‌ ଚ୍ୟାନେଲ ମିଡିଆଓ୍ବାନ୍‌ ଉପରେ କେନ୍ଦ୍ର ସରକାର ଜାରି କରିଥିବା ପ୍ରସାରଣ କଟକଣାକୁ ବୁଧବାର ସୁପ୍ରିମକୋର୍ଟ ହଟାଇଦେଇଛନ୍ତି। ଏଥିସହ ଉକ୍ତ ଚ୍ୟାନେଲର ଲାଇସେନ୍ସକୁ ୪ ସପ୍ତାହ ମଧ୍ୟରେ ନବୀକରଣ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ୍‌ ଚ୍ୟାନେଲ ଯୋଗୁ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁକ୍ତିକୁ ଶୀର୍ଷ ଅଦାଲତ ନିନ୍ଦା କରିଛନ୍ତି। ସମାଲୋଚନାକୁ ସରକାର ବିରୋଧୀ ଅଭିହିତ କରାଯାଇପାରିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କେନ୍ଦ୍ରକୁ ଭର୍ତ୍ସନା କରିଛନ୍ତି।

ଜଷ୍ଟିସ୍‌ ହିମା କୋହଲି ସାମିଲ ଥିବା ଏହି ଖଣ୍ଡପୀଠ ମିଡିଆଓ୍ବାନ୍‌ ନ୍ୟୁଜ୍‌ ଚ୍ୟାନେଲ ପ୍ରସାରଣ ଉପରେ କଟକଣା ବିରୋଧରେ ଦାଖଲ ଆବେଦନର ଶୁଣାଣି କରିଛନ୍ତି। ଏହି ଅବସରରେ କେନ୍ଦ୍ରର ନିଷ୍ପତ୍ତିକୁ ବଳବତ୍ତର ରଖିଥିବା କେରଳ ହାଇକୋର୍ଟଙ୍କ ରାୟକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ସରକାରୀ ନୀତିଗୁଡ଼ିକ ବିପକ୍ଷରେ ଚ୍ୟାନେଲରେ ପ୍ରକାଶ ପାଉଥିବା ସମାଲୋଚନାକୁ ପ୍ରତିଷ୍ଠିତ କର୍ତ୍ତୃପକ୍ଷ ବା ସରକାର ବିରୋଧୀ ବୋଲି କୁହାଯାଇପାରିବ ନାହିଁ। କାରଣ ମଜଭୁତ ଗଣତନ୍ତ୍ର ପାଇଁ ଏକ ସ୍ବାଧୀନ ପ୍ରେସ୍‌ ଅପରିହାର୍ଯ୍ୟ। କ୍ଷମତାରେ ଥିବା ଲୋକଙ୍କୁ ସତ କହିବା ଏବଂ ନାଗରିକମାନଙ୍କ ବାସ୍ତବତାକୁ ଉପସ୍ଥାପନ କରିବା ହେଉଛି ଗଣମାଧ୍ୟମର ଦାୟିତ୍ୱ। ଏପରି କରିବା ଦ୍ୱାରା ଗଣତନ୍ତ୍ର ଉଚିତ ଦିଗରେ ଗତିଶୀଳ ହେଉଛି ବୋଲି ଧରାଯାଇଥାଏ। ଅନ୍ୟପକ୍ଷେ ଗଣମାଧ୍ୟମର ସ୍ବାଧୀନତା ଉପରେ କଟକଣା ଲଗାଇବା ଦ୍ୱାରା ନାଗରିକମାନଙ୍କ ଚିନ୍ତାଧାରା ମଧ୍ୟ ଅନୁରୂପ ଭାବେ ସୀମିତ ହୋଇଯାଇଥାଏ।

ସାମାଜିକ, ଅର୍ଥନୈତିକ, ରାଜନୈତିକ ସହଜାତୀୟ ମତାମତ ଗଣତନ୍ତ୍ର ପାଇଁ ବଡ଼ ବିପଦ ସୃଷ୍ଟି କରିବ। ଏକ ଚ୍ୟାନେଲର ଲାଇସେନ୍ସ ନବୀକରଣ ନ କରିବା ହେଉଛି ଅଭିବ୍ୟକ୍ତି ସ୍ବାଧୀନତା ଉପରେ କଟକଣା ସଦୃଶ। ମିଡିଆଓ୍ବାନ୍‌ର ଶେୟାରହୋଲ୍ଡର୍ସଙ୍କ ସମ୍ପର୍କ ଜମାତ୍‌-ଇ-ଇସ୍‌ଲାମି ସହ ରହିଥିବା ଦର୍ଶାଇ ଚ୍ୟାନେଲର ଅଧିକାରକୁ ସଙ୍କୁଚିତ କରିଦେବା ଅବୈଧ। ନାଗରିକମାନଙ୍କୁ ଆଇନ ପ୍ରଦତ୍ତ ବିଭିନ୍ନ ସୁବିଧାରୁ ବଞ୍ଚତ୍ତ କରିବା ପାଇଁ ଜାତୀୟ ସୁରକ୍ଷାକୁ ରାଷ୍ଟ୍ର ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛି। ସୁରକ୍ଷା କାରଣ ପ୍ରଘଟ ନ କରିବା ଏବଂ ସେନେଇ କେବଳ ବନ୍ଦ ଲଫାପାରେ କୋର୍ଟଙ୍କୁ ଜଣାଇବା ପ୍ରାକୃତିକ ନ୍ୟାୟର ସିଦ୍ଧାନ୍ତକୁ ଉଲ୍ଲଂଘନ କରିଛି ବୋଲି ଜଷ୍ଟିସ୍‌ କୋହଲି କହିଛନ୍ତି। ପ୍ରକାଶ ଯେ, ଗତ ମାର୍ଚ୍ଚ ୧୫ରେ ସୁପ୍ରିମକୋର୍ଟ ଏକ ଅନ୍ତରୀଣ ରାୟ ଦେଇ ମିଡିଆଓ୍ବାନ୍‌ କଟକଣା ଉପରେ ସ୍ଥଗିତାଦେଶ ଜାରି କରିଥିଲେ।

କଟକଣା ଅନ୍ତରାଳେ

୨୦୨୨ ଜାନୁୟାରୀ ୩୧ରେ ମିଡିଆଓ୍ବାନ୍‌ ଟିଭିର ପ୍ରସାରଣ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଥିଲେ। ଏହି ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମ ଭାରତର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ ଯୁକ୍ତି ବଢ଼ାଯାଇଥିଲା। ୨୦୧୯ରେ କେନ୍ଦ୍ର ପକ୍ଷରୁ ୫ ବର୍ଷ ପାଇଁ ବେଆଇନ ଘୋଷିତ ସାମାଜିକ-ଧର୍ମୀୟ ରାଜନୈତିକ ସଙ୍ଗଠନ ଜମାତ୍‌-ଇ-ଇସ୍‌ଲାମିର କେରଳ ୟୁନିଟ୍‌ ଉକ୍ତ ଚ୍ୟାନେଲର ପୃଷ୍ଠପୋଷକତା କରୁଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ୨୦୨୨ ଜୁନ୍‌ ୧ରେ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ଅବଗତ କରାଇଥିଲା। ୨୦୨୨ ମାର୍ଚ୍ଚ ୨ରେ କେରଳ ହାଇକୋର୍ଟ ମଧ୍ୟ ଜାତୀୟ ସୁରକ୍ଷା ଆଳରେ ମିଡିଆଓ୍ବାନ୍‌ ଉପରେ କେନ୍ଦ୍ରର କଟକଣାକୁ ବଳବତ୍ତର ରଖିଥିଲେ।

ଏହି ଚ୍ୟାନେଲ ଯୋଗୁ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିବା ବିଷୟ କେନ୍ଦ୍ର ପକ୍ଷରୁ ଦାଖଲ କେତେକ ନିର୍ଦ୍ଦିଷ୍ଟ ଗୋପନୀୟ ଫାଇଲରୁ ଜଣାପଡ଼ିଛି ବୋଲି ସେତେବେଳେ ହାଇକୋର୍ଟ କହିଥିଲେ। ମିଡିଆଓ୍ବାନ୍‌ ଚ୍ୟାନେଲ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ନ୍ୟୁଜ୍‌ ଚ୍ୟାନେଲର ଲାଇସେନ୍ସ ନବୀକରଣ କରିବାକୁ କେନ୍ଦ୍ର ଯେଉଁ ଆଧାରରେ ମନା କରିଦେଇଥିଲା, ସେହି ଫାଇଲଗୁଡ଼ିକୁ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏକ ବନ୍ଦ ଲଫାପାରେ ଭର୍ତ୍ତିକରି ଦିଆଯାଇଥିବା ଫାଇଲଗୁଡ଼ିକୁ ଯାଞ୍ଚ କରିବା ପରେ ସୁପ୍ରିମକୋର୍ଟ କଟକଣା ଉପରେ ସ୍ଥଗିତାଦେଶ ଜାରି କରିଥିଲେ। କେବଳ ଏତିକି ନୁହେଁ, କେଉଁ କାରଣରୁ କଟକଣା ଜାରି କରାଯାଇଛି, ତାହା ମିଡିଆଓ୍ବାନ୍‌କୁ ଜଣାଇଥିଲେ ଉକ୍ତ ଚ୍ୟାନେଲ ନିଜ ସପକ୍ଷରେ ଯୁକ୍ତି ବାଢ଼ିପାରିବ ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କୌଣସି କାରଣ ବତାଇବାକୁ ମନା କରିଦେଇଥିଲା। ଆବଶ୍ୟକ ହେଲେ ପୁଣି ଥରେ ବନ୍ଦ ଲଫାପାରେ ଫାଇଲଗୁଡ଼ିକୁ ଭର୍ତ୍ତିକରି ଦାଖଲ କରିବ ବୋଲି କେନ୍ଦ୍ର କହିଥିଲା। ପରମ୍ପରା ଅନୁସାରେ ସରକାର ଓ ଏହାର ଏଜେନ୍ସିଗୁଡ଼ିକ ବିଚାରପତିମାନଙ୍କୁ ବନ୍ଦ ଲଫାପାରେ ଦସ୍ତାବିଜ ଦାଖଲ କରିଥାଆନ୍ତି। ଦସ୍ତାବିଜରେ ଥିବା ବିଷୟବସ୍ତୁକୁ ପ୍ରତିବାଦୀ ପକ୍ଷଙ୍କ ସହ ଶେୟାର କରାଯାଇ ନ ଥାଏ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଶୁଣାଣି ବେଳେ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ‘ସିଲ୍ଡ କଭର୍ସ’ ପରମ୍ପରାକୁ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲେ ଅବସରପ୍ରାପ୍ତ ବିଡିଓଙ୍କ ପୁଅ: ଗର୍ଭପାତ ନ କରିବାରୁ…

ଫତେହପୁର,୨୧।୯: ଉତ୍ତର ପ୍ରଦେଶର ଫତେହପୁର ଜିଲାର ଜଣେ ଗର୍ଭବତୀ ହାଇସ୍କୁଲର ଛାତ୍ରୀଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଛାତ୍ରୀଙ୍କ ପ୍ରେମିକ ଶିବୁ ରାୟଦାସଙ୍କୁ ଗିରଫ...

ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ

ନୂଆଦିଲ୍ଲୀ,୨୧।୯: ତିରୁପତି ମନ୍ଦିର ଲଡୁ ପ୍ରସଙ୍ଗ ବର୍ତ୍ତମାନ ଏକ ରାଜନୈତିକ ମୋଡ ନେଇଛି। ମନ୍ଦିରର ଲଡୁ ଅର୍ଥାତ୍‌ ପ୍ରସାଦ ତିଆରି କରିବା ପାଇଁ ଘିଅ ବଦଳରେ...

କିଏ ସେହି ବ୍ୟକ୍ତି, ଯିଏ କିରାଣିରୁ ହୋଇଥିଲେ ସୁପ୍ରିମକୋର୍ଟ ବିଚାରପତି, ଜାଣନ୍ତୁ ତାଙ୍କର ପୂରା କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ,୨୧ା୯: ଜଣେ ବ୍ୟକ୍ତି ଯେତେ ଗରିବ ହୁଅନ୍ତୁ ନା କାହିଁକି, ଯଦି ତାଙ୍କର ଇଚ୍ଛା ଥାଏ, ତେବେ ସେ ନିଜ ରାସ୍ତା ନିଜେ ଖୋଜି ପାଇଥାନ୍ତି।...

ଶିକ୍ଷାମନ୍ତ୍ରୀଙ୍କୁ ‘ପଲଟୁରାମ’ କହି ଫସିଲେ କର୍ମଚାରୀ: ସରକାର ନେଲେ ଏଭଳି କାର୍ଯ୍ୟାନୁଷ୍ଠାନ

ଜୟପୁର,୨୧।୯: ରାଜସ୍ଥାନର ଯୋଧପୁରରେ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାରଙ୍କ ପୋଷ୍ଟରକୁ ନେଇ ବିବାଦ ପରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଶିକ୍ଷା ବିଭାଗର କର୍ମଚାରୀ ନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri