Categories: ଜାତୀୟ

ନୂପୁରଙ୍କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଟିପ୍ପଣୀର ସମାଲୋଚନା, ଏହା ଶୀର୍ଷକୋର୍ଟଙ୍କ ଅବମାନନା ନୁହେଁ ବୋଲି କହିଲେ ଆଟର୍ନି ଜେନେରାଲ…

ନୂଆଦିଲ୍ଲୀ,୧୪।୭ : ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଟିପ୍ପଣୀ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଶୀର୍ଷକୋର୍ଟଙ୍କ ଟିପ୍ପଣୀକୁ ସମାଲୋଚନା କରାଯାଇଥିଲା। କରି ଏହାର ଉତ୍ତରରେ ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ ସମାଲୋଚକଙ୍କ ବିରୋଧରେ ଅବମାନନା ମାମଲା ଚଳାଇବାକୁ ମନା କରିଛନ୍ତି। ସେ କହିଛନ୍ତି ଯେ ଏହା ନିରପେକ୍ଷ ଏବଂ କେବଳ ସମାଲୋଚନାର ପରିସର ମଧ୍ୟରେ ଅଛି। ଏହା ଦ୍ୱାରା ଶୀର୍ଷକୋର୍ଟଙ୍କ ଅବମାନନା କରାଯାଇନାହିଁ।

କେ.କେ ଭେନୁଗୋପାଲ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏସ.ଏନ ଧିଙ୍ଗ୍ରା, ପୂର୍ବତନ ଏଏସଜି ଅମାନ ଲେଖୀ ଏବଂ ବରିଷ୍ଠ ଆଇନଜୀବୀ କେ ରାମ କୁମାରଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ସମ୍ମତି ଦେବାକୁ ମନା କରି ଦେଇଛନ୍ତି। ଆଟର୍ନି ଜେନେରାଲ କହିଛନ୍ତି ଯେ ଏହି ସମାଲୋଚନା ନ୍ୟାୟପାଳିକାର ଗୌରବ କିମ୍ବା ନ୍ୟାୟ ବ୍ୟବସ୍ଥାରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରୁନାହିଁ।
ଉଲ୍ଲେଖନୀୟ କଥା ହେଉଛି, ସୁପ୍ରିମକୋର୍ଟ ବହୁ ସଂଖ୍ୟକ ବିଚାରରେ କହିଛନ୍ତି ଯେ ନ୍ୟାୟିକ ପ୍ରକ୍ରିୟାକୁ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ସମାଲୋଚନା କରିବା କୋର୍ଟକୁ ଅବମାନନା କରିବା ଉଚିତ ନୁହେଁ। ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ କହିଛନ୍ତି, ମୁଁ ସନ୍ତୁଷ୍ଟ ନୁହେଁ ଯେ ଆପଣଙ୍କ ଚିଠିରେ ନାମିତ ତିନି ଜଣଙ୍କ ଦ୍ୱାରା କରାଯାଇଥିବା ସମାଲୋଚନା ମନ୍ଦ ଉଦ୍ଦେଶ୍ୟରେ ପ୍ରେରିତ ହୋଇଛି କିମ୍ବା ଏହା ନ୍ୟାୟ ପ୍ରଶାସନକୁ ଅପମାନିତ କରିବା ପାଇଁ ପ୍ରୟାସ ଅଟେ କିମ୍ବା ଏହା ସୁଚିନ୍ତିତ ଭାବେ ଭାବମୂତ୍ତିିକୁ ଖରାପ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ଏକ ପ୍ରେରଣାଦାୟକ ପ୍ରୟାସ ବୋଲି ଭେନୁଗୋପାଳ କହିଛନ୍ତି।

ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏସ.ଏନ ଧିଙ୍ଗ୍ରା, ପୂର୍ବତନ ଏଏସଜି ଅମାନ ଲେଖୀ ଏବଂ ବରିଷ୍ଠ ଆଡଭୋକେଟ କେ ରାମ କୁମାରଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଆଟର୍ନି ଜେନେରାଲଙ୍କ ଠାରୁ ସୁପ୍ରିମ୍‌କୋର୍ଟ ସମ୍ମତି ଲୋଡିଥିଲେ।

ସୂଚନାଯୋଗ୍ୟ, କୋର୍ଟ ଅବମାନନା ଅଧିନିୟମର ଧାରା ୧୫ ଅନୁଯାୟୀ, ନ୍ୟାୟିକ ବ୍ୟବସ୍ଥା ସହ ଜଡ଼ିତ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ଅବମାନନା ଆବେଦନ ସୁପ୍ରିମକୋର୍ଟ ଶୁଣାଣି କରିବା ପୂର୍ବରୁ ଆଟର୍ନି ଜେନେରାଲଙ୍କ ସହମତି ଆବଶ୍ୟକ ହୋଇଥାଏ।

Share