ନ୍ୟୁୟର୍କ,୧୫।୧୨ (ପି.ଟି.): ଭାରତୀୟ ଇଞ୍ଜିନିୟର ସୁଚିର ବାଲାଜୀଙ୍କ ମୃତଦେହ ତାଙ୍କ ସାନ୍ ଫ୍ରାନ୍ସିସ୍କୋସ୍ଥିତ ଆପାର୍ଟମେଣ୍ଟରୁ ମିଳିଛି। ପ୍ରାରମ୍ଭିକ ତଦନ୍ତରୁ ସୁଚିରଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। ତେଣୁ ସେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ୪ ବର୍ଷରୁ ଅଧିକ ସମୟ ଧରି ଓପନ୍ ଏଆଇରେ ରିସର୍ଚ୍ଚର ଭାବେ କାର୍ଯ୍ୟ କରିଥିବା ସୁଚିର କିଛି ମାସ ହେବ କମ୍ପାନୀର କାର୍ଯ୍ୟ ପଦ୍ଧତିକୁ ସମାଲୋଚନା କରି ଚର୍ଚ୍ଚାରେ ରହିଥିଲେ। ସେ ଚଳିତବର୍ଷ ପ୍ରାରମ୍ଭରେ ଓପନ୍ ଏଆଇରୁ ଇସ୍ତଫା ଦେଇଥିଲେ। କମ୍ପାନୀ ଛାଡ଼ିବା ପରେ ସୁଚିର ‘ଓପନ୍ ଏଆଇ’ର ନିର୍ମାତାଙ୍କ ବିରୋଧରେ କପିରାଇଟ ଉଲ୍ଲଂଘନର ଅଭିଯୋଗ ଆଣିଥିଲେ।