Categories: ଜାତୀୟ

ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ, ୩୧।୫: ଟିଭି ଏବଂ ଛାପା ଗଣମାଧ୍ୟମ ସରକାରଙ୍କୁ ସମାଲୋଚନା କରିପାରିବେ। ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ଏକ ଯାଚିକାର ଶୁଣାଣି କରି ଉପରୋକ୍ତ ମତ ଦେଇଛନ୍ତି ସୁପ୍ରିମକୋର୍ଟ।

ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡୀ ସରକାରଙ୍କ କୋଭିଡ୍‌ ପରିଚାଳନାରେ ବିଫଳତାକୁ କଡ଼ା ସମାଲୋଚନା କରିଥିଲେ ଦଳର ବିଦ୍ରୋହୀ ଏମ୍‌ପି କ୍ରିଷ୍ଣମ୍‌ ରାଜୁ। କ୍ରିଷ୍ଣମ୍‌ଙ୍କ ସମାଲୋଚନାକୁ ପ୍ରସାରଣ କରିଥିଲେ ଟିଭି୫ ଏବଂ ଏବିଏନ୍‌ ଆନ୍ଧ୍ରଜ୍ୟୋତି ନ୍ୟୁଜ୍‌ ଚ୍ୟାନେଲ। ଉକ୍ତ ଟିଭି ଚ୍ୟାନେଲ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଅଣାଯାଇଥିଲା। ଏହି ଦୁଇଟି ତେଲୁଗୁ ନ୍ୟୁଜ୍‌ ଚ୍ୟାନେଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ।

Share