Categories: ଜାତୀୟ

ସମାଲୋଚକଙ୍କୁ ନିର୍ବାଚନ ଲଢ଼ିବା ମନା

ମସ୍କୋ, ୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଶୁକ୍ରବାର ଏକ ନୂଆ ବିଲ୍‌ରେ ସ୍ବାକ୍ଷର କରିଛନ୍ତି। କୌଣସି ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସମାଲୋଚନା କଲେ ଉକ୍ତ ଆଇନ ବଳରେ ସଂସଦୀୟ ନିର୍ବାଚନ ଲଢ଼ିପାରିବେ ନାହିଁ। ଏନେଇ ରୁଷିଆର ଲିଗାଲ ଇନ୍‌ଫର୍ମେଶନ ପୋର୍ଟାଲରେ ସୂଚନା ଦିଆଯାଇଛି। ଜେଲରେ ଥିବା କ୍ରେମଲିନ୍‌ ସମାଲୋଚକ ଆଲେକ୍ସି ନଭାଲନିଙ୍କ ସହଯୋଗୀମାନଙ୍କୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ବାରଣ କରିବା ଲାଗି ଏଭଳି ଆଇନ ପ୍ରଣୟନ କରାଯାଇଥିବା କୁହାଯାଉଛି। ନିମ୍ନ ସଦନ ଡୁମା ପାଇଁ ଆସନ୍ତା ସେପ୍ଟେମ୍ବରରେ ନିର୍ବାଚନ ହେବାକୁ ଥିବାରୁ ଏହା ପୂର୍ବରୁ ପୁଟିନଙ୍କ ପଦକ୍ଷେପକୁ ସମାଲୋଚକମାନେ ନିନ୍ଦା କରିଛନ୍ତି।

Share