ପୁଣି ଇତିହାସ ରଚିଲା ‘ଆରଆରଆର’

ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କ ଅଭିନୀତ ଫିଲ୍ମ ‘ଆରଆରଆର’ ପୁଣି ବିଶ୍ୱସ୍ତରରେ ଲୋକ୍ରପିୟତା ହାସଲ କରିଛି। ନିକଟରେ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ହଲିଉଡ୍‌ର ସମ୍ମାନଜନକ ଗୋଲଡେନ ଗ୍ଲୋବ ପୁରସ୍କାର ମିଳିଥିଲା। ଏବେ ‘ଆରଆରଆର’କୁ କ୍ରିଟିକ୍ସ ଚଏସ୍‌ ଆଓ୍ବାର୍ଡରେ ଗୋଟିଏ ଦୁହେଁ, ଦୁଇଟି ପୁରସ୍କାର ମିଳିଛି। ଲସ ଆଞ୍ଜେଲସରେ ଅନୁଷ୍ଠିତ କ୍ରିଟିକ୍ସ ଚଏସ୍‌ ଆଓ୍ବାର୍ଡ ନାଇଟ୍‌ରେ ‘ଆରଆରଆର’ ଶ୍ରେଷ୍ଠ ବିଦେଶୀ ଭାଷା ଫିଲ୍ମ ଏବଂ ‘ନାଟୁ ନାଟୁ’କୁ ଶ୍ରେଷ୍ଠ ଗୀତ ପୁରସ୍କାର ଲାଭ କରିଛି। ‘ଆରଆରଆର ଫିଲ୍ମ’ ତରଫରୁ ଟୁଇଟ ଯୋଗେ ଏହି ସୂଚନା ଦିଆଯାଇଛି।
ଆର୍‌ଆର୍‌ଆର୍‌ ଫିଲ୍ମ ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟାମ ଭାଷାରେ ମୁକ୍ତିଲାଭ କରିଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ରାମ ଚରଣ ଏବଂ ଜୁନିୟର୍‌ ଏନ. ଟି.ଆର୍‌.। ତାଙ୍କ ସହିତ ଶ୍ରୀୟା ଶରଣ, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କ ଭଳି ଅନେକ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରିଛନ୍ତି।

Share