Categories: ଜାତୀୟ

ପାଣି ଆଣିବାକୁ ଯାଇଥିବା ବେଳେ ଟାଣିନେଲା କୁମ୍ଭୀର

ପାଟନା,୧୩।୬: ବିହାର ବୈଶାଳୀ ଜିଲାରେ ଏକ କୁମ୍ଭୀରକୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ,ବୈଶାଳୀ ଜିଲା ଅଧୀନ ଗୋକୁଲପୁରର ବାସିନ୍ଦା ଧର୍ମେନ୍ଦ୍ର ଦାସ ପରିବାର ସହିତ ଗଙ୍ଗା ନଦୀ କୂଳରେ ଏକ ଧାର୍ମିକ କାର୍ଯ୍ୟ କରିବା ପାଇଁ ଯାଇଥିଲେ। ସେତିକିବେଳେ ଧର୍ମେନ୍ଦ୍ରଙ୍କ ୧୦ବର୍ଷର ପୁଅ ଅଙ୍କିତ ରୀତିନୀତି ପାଇଁ ଜଳ ଆଣିବାକୁ ନଦୀ ଭିତରକୁ ଯାଇଥିଲେ। ସେତିକିବେଳେ ଛପି ରହିଥିବା ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା। ଫଳରେ ଘଟଣାସ୍ଥଳରେ ଅଙ୍କିତଙ୍କ ମୃତ୍ୟୁ ଘଟିଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଗ୍ରାମବାସୀ ଓ ଅଙ୍କିତଙ୍କ ପରିବାର ଲୋକେ ଜାଲ ପକାଇ କୁମ୍ଭୀରକୁ କୂଳକୁ ଅ

Share