ବୌଦ୍ଧ,୮ା୮(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ଲଗାଣ ବର୍ଷା ହେବା ଫଳରେ ଗତ ୨ ତାରିଖରେ ଜିଲାରେ ବନ୍ୟା ପରିସ୍ଥିତ ଉପୁଜିଥିଲା । ବର୍ଷା ଯୋଗୁ ଜିଲାର ହରଭଙ୍ଗା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଫସଲ ଉଜୁଡିଯିବା ସହ ବହୁ ଘର ଭାଙ୍ଗିଯାଇଛି । ବର୍ଷା ଯୋଗୁ ହରଭଙ୍ଗା ବ୍ଲକର ମହାନଦୀର କରଡି ଘାଟରେ ଏକ ବଡ କୁମ୍ଭୀର ଦୁଇ ଦିନ ହେଲା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । କୁମ୍ଭୀରଟି ଏବେ ବୌଦ୍ଧ ସହର ନିକଟସ୍ଥ ବଙ୍କାପଡା ପାଖାପାଖି ରହିଥିବା ସନ୍ଦେହ କରାଯାଉଛି । ମହାନଦୀରେ କୁମ୍ଭୀର ଦେଖାଦେବା ପରେ ବନବିଭାଗର ଏକ ଟିମ୍ ସେଠାରେ ରହି କୁମ୍ଭୀରର ଗତିବିଧି ଉପରେ ନଜର ରଖିଛି। କରଡି ସମେତ ଆଖପାଖ ଅଞ୍ଚଳର ଲୋକେ ଆଉ ନଦୀକୁ ଯାଉନାହାନ୍ତି। କୁମ୍ଭୀରଟି ପ୍ରାୟ ୧୨ ଫୁଟରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି । ମହାନଦୀରେ ପ୍ରତିବର୍ଷ ବନ୍ୟା ଆସିଲେ କୁମ୍ଭୀର ଦେଖା ଦେଇଥାଏ।