Advertisement

ମହାନଦୀରେ କୁମ୍ଭୀର : ଗାଧୁଆ ଶୌଚବେଳେ ସତର୍କ ରୁହ

ଗଣିଆ, ୨୨ା ୮(ସନ୍ତୋଷ କୁମାର ପ୍ରଧାନ): ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ପକ୍ଷରୁ ମହାନଦୀରେ କୁମ୍ଭୀର ଆତଙ୍କ ଆଶଙ୍କା ନେଇ ଲୋକଙ୍କୁ ସତର୍କ ରହିବା ପାଇଁ ଗଁା ଗଁା ବୁଲି ସଚେତନତା କରାଯାଇଛି। ଚଳିତବର୍ଷା ଋତୁରେ ମହାନଦୀରେ ଗୋଳିଆ ପାଣିରେ ସାତକୋଶିଆ ଗଣ୍ଡ ଅଞ୍ଚଳରୁ ତଳିଆ ସ୍ଥାନକୁ କୁମ୍ଭୀର ଆସିଥିବା ଅନୁମାନ କରାଯାଇଛି। ଏ ନେଇ ସୋମବାର ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ମୈସୁମୀ ବେହେରାଙ୍କ ନିର୍ଦ୍ଦେଶରେ ବନପାଳ ସଞ୍ଜୟ କୁମାର ରାଉତ ଓ ବନ କର୍ମଚାରୀମାନେ ବଡମୂଳ, ମାଳିସାହି,ବେଠିଆସାହି,କନ୍ଧଜିଲିଣ୍ଡା,ଛାମୁଣ୍ଡିଆ,ବେଟଂପଡା ଆଦି ମହାନଦୀ କୁଳିଆ ଗ୍ରାମଗୁଡ଼ିକରେ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଇଛନ୍ତି। ସୂଚନା ଥାଉ କି ମହାନଦୀରେ ବନ୍ୟାଜଳ ଓ ଗୋଳିଆ ପାଣି ଆସିବାବେଳେ ନଦୀ ମଝିରେ ପ୍ରଖର ସ୍ରୋତ ହେତୁ କୁମ୍ଭୀରମାନେ ନଦୀକୂଳ ଓ ନାଳ ମୁହାଣ ପାଖକୁ ଚାଲି ଆସିଥାନ୍ତି। ବିଶେଷ କରି ମହାନଦୀକୁ ଗାଧୁଆ ଓ ଶୌଚ ପାଇଁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share