ପୋଖରୀରେ କୁମ୍ଭୀର

ମାଲକାନଗିରି,୪ା୧(ଡି.ଏନ.ଏ.): ମାଲକାନଗିରି ଜିଲା ବାଲିମେଳା ବନାଞ୍ଚଳ ଅଧୀନ ଶଦାସିବପୁର ଗାଁ ପୋଖରୀରୁ ୫.୬ ଇଞ୍ଚ ଫୁଟ ଲମ୍ବର ଏକ କୁମ୍ଭୀରକୁ ଗ୍ରାମବାସୀ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।

ମଙ୍ଗଳବାର ଗ୍ରାମବାସୀ ପୋଖରୀରେ ମାଛ ଧରୁଥିଲେ। ସେତିକି ବେଳେ ପୋଖରୀରେ ଏକ କୁମ୍ଭରୀ ଥିବା ଦେଖିବାକୁ ପାଇଥିଲେ। କୁମ୍ଭୀରକୁ ମାଛ ଜାଲରେ ଧରି ସ୍ଥାନୀୟ ବନ ବିଭାଗକୁ ସୂଚନା ଦେଇଥିଲେ। ବନପାଳ ଶିବ ପ୍ରସାଦ ଲେଙ୍କା ଏବଂ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କଠାରୁ କୁମ୍ଭୀରକୁ ଆଣିଥିଲେ। ପରେ ଡାକ୍ତରଖାନାରେ କୁମ୍ଭୀରର ଚିକିତ୍ସା କରି ତାର ସ୍ବାସ୍ଥ୍ୟ ପ୍ରତି ନଜର ରଖାଯାଇଛି। ସୁସ୍ଥ ହେବା ପରେ କୁମ୍ଭୀରକୁ ବାଲିମେଳା ଜଳ ଭଣ୍ଡାରରେ ଛଡାଯିବ ବୋଲି ବନପାଳ ଲେଙ୍କା କହିଛନ୍ତି।

 

Share