କୁମ୍ଭୀର-ମଣିଷ ଲଢ଼େଇ ଜିଲାରେ ବଢୁଛି

କେନ୍ଦ୍ରାପଡ଼ା,୨୧ା୬(ଜଗନ୍ନାଥ ଧଳ): ପ୍ରଜନନ ଋତୁରେ କୁମ୍ଭୀର ହିଂସ୍ର ଆଚରଣ କରେ। ମଣିଷ, ପଶୁପକ୍ଷୀ ଏହି ହିଂସ୍ର ଜନ୍ତୁ ଆକ୍ରମଣର ଶିକାର ହୁଅନ୍ତି। ଏପରିକି ଜୀବନ ଯିବା ଏକ ସାମାନ୍ୟ ଘଟଣା ବୋଲି କେନ୍ଦ୍ରାପଡ଼ା ଜିଲାରେ ଦେଖିବାକୁ ମିଳୁଛି। ଗତ ୨୦୨୩ ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ୫ ଜଣ ମଣିଷ ଏହି ହିଂସ୍ର ଜନ୍ତୁର ଶିକାର ହୋଇଥିବା ବେଳେ ଚଳିତ ମାସରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ସିଙ୍ଗଡ଼ି ଗ୍ରାମର ସନାତନ ସାମଲଙ୍କୁ କୁମ୍ଭୀର ଗତ ୬ ତାରିଖରେ ଟାଣି ନେଇଥିଲା। ୭ ତାରିଖରେ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା। ଏହା ପୂର୍ବରୁ ମାର୍ଚ୍ଚ ୮ରେ ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଦକ୍ଷିଣଭେଡ଼ାର ନିମାଇଁ ମଲ୍ଲିକ କୁମ୍ଭୀରର ଶିକାର ହୋଇଛନ୍ତି। ସେହିପରି ଓଳାଭର ଅଞ୍ଚଳରେ ଗୋଟିଏ ଗାଈକୁ ଏହି ମାସରେ କୁମ୍ଭୀର ଟାଣି ନେଇଛି। ଏ ସବୁ ସ୍ଥାନ ଜାତୀୟ ଉଦ୍ୟାନ ଭିତରକନିକା ସଂରକ୍ଷିତ ଅଞ୍ଚଳ ନୁହେଁ। ଏହାସତ୍ତ୍ୱେ ସଂରକ୍ଷିତ ଅଞ୍ଚଳ ବାହାରେ ଏହି ଜିଲା ସମେତ ନିକଟସ୍ଥ ଯାଜପୁର ଓ ଭଦ୍ରକ ଜିଲାରେ କୁମ୍ଭୀର ଆତଙ୍କ ଖେଳାଇଛି। ପ୍ରତି ମାସରେ କୁମ୍ଭୀର ଓ ମଣିଷ ଲଢ଼େଇ ଦେଖିବାକୁ ମିଳୁଛି। ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ରରେ ସାବଧାନତା ପାଇଁ ପ୍ରଚାର ଓ ସାଇନ୍‌ବୋର୍ଡରେ ସଚେତନତା କାର୍ଯ୍ୟକ୍ରମ କୁମ୍ଭୀର ଓ ମଣିଷର ସଂଘର୍ଷକୁ ରୋକିପାରୁନାହିଁ। ସବୁଠାରୁ ବଡ଼କଥା ହେଲା, ଜିଲାର ନଦୀ ନାଳ ଅଞ୍ଚଳରେ ଥିବା କୁମ୍ଭୀରଙ୍କୁ ବାର୍ଷିକ ଗଣନାରେ ସାମିଲ କରାଯାଉନାହିଁ। ୧୯୯୧ ମସିହାରେ ଜାତୀୟ ଉଦ୍ୟାନରେ ଏହାର ବଂଶ ବୃଦ୍ଧି ରୋକିବାକୁ କେନ୍ଦ୍ର ସରକାରଙ୍କ ବନ୍ୟ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟରୁ ଚିଠି ହୋଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶବିତ୍‌ମାନେ ଏବେ ସ୍ବର ଉଠାଇଲେଣି।
ପରିବେଶବିତ୍‌ ତଥା କଇଁଛ ସୁରକ୍ଷା ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ କହିଛନ୍ତି, ଲୁଣା କୁମ୍ଭୀର ପାଇଁ ଭିତରକନିକା ପ୍ରସିଦ୍ଧ। ଜାନୁଆରୀ ଗଣନା ସମୟରେ ୧୮୧୧ କୁମ୍ଭୀର ରହିଥିବା ଜଣାପଡ଼ିଛି। ଏଠାରେ ଧଳା କୁମ୍ଭୀର ସହ ଅନ୍ୟ ଦୁଇ ପ୍ରଜାତି କୁମ୍ଭୀର ମଧ୍ୟ ଦେଖାଗଲେଣି। ଜାତୀୟ ଉଦ୍ୟାନର ସୀମିତ ଅଞ୍ଚଳରେ ଏହି ସଂରକ୍ଷିତ ପ୍ରାଣୀଙ୍କ ବଂଶବୃଦ୍ଧି ଏବେ ଜିଲା ଓ ବାହାର ଜିଲାରେ ଆତଙ୍କ ଖେଳାଇଛି। ୧୦ ବର୍ଷର ହିସାବକୁ ନିଆଗଲେ ପ୍ରାୟ ଶତାଧିକ ଲୋକ କୁମ୍ଭୀର ଆକ୍ରମଣରେ ମୃତାହତ ହେଲେଣି। ସେହିପରି ଜାଲ ଓ ଅନ୍ୟ କାରଣରୁ ୨୫ରୁ ଊର୍ଦ୍ଧ୍ୱ କୁମ୍ଭୀରଙ୍କ ଜୀବନ ଗଲାଣି। ସଂଖ୍ୟା ଗଣନାରେ ସାମିଲ ନ ଥିବା ନଦୀ ନାଳ ଅଞ୍ଚଳରେ କୁମ୍ଭୀର ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଯାଜପୁରର କୟଁାଗୋଲା, ଦଶରଥପୁର, ଭଦ୍ରକର ବିଭିନ୍ନ ନଦୀକୂଳବାସୀ ଆତଙ୍କିତ ହେଉଛନ୍ତି। ଜାତୀୟ ଉଦ୍ୟାନ ବାହାରେ ଥିବା ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ଓ ରାଜନଗରରେ କୁମ୍ଭୀର ପ୍ରତି ସାବଧାନ ସାଇନ୍‌କାର୍ଡରେ ସଚେତନତା କାର୍ଯ୍ୟକ୍ରମ ସୀମିତ ରହୁଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଅଧ୍ୟାପକ କ୍ଷୀତିଶ କୁମାର ସିଂହ କହିଛନ୍ତି, ସୀମିତ ଅଞ୍ଚଳରେ ବଉଳା କୁମ୍ଭୀରଙ୍କ ଅତ୍ୟଧିକ ବଂଶବୃଦ୍ଧି ଚିନ୍ତାର କାରଣ ନିଶ୍ଚିତ ହେବ। ଖାଦ୍ୟ, ପ୍ରଜନନ ପାଇଁ ପାର୍ଟନର, ବସା ସ୍ଥାପନ ସହିତ ଅନ୍ୟ ସମସ୍ୟା ରହିବ, ଯାହା କଳହର ସୂତ୍ରପାତ କରିବା ସହିତ ବଂଶବୃଦ୍ଧି ପାଇଁ ନିକଟସ୍ଥ ଅଞ୍ଚଳକୁ ବ୍ୟବହାର କରିବ। ଏଠାରେ ଅତ୍ୟଧିକ ବଂଶବୃଦ୍ଧିକୁ ରୋକିବା ପାଇଁ ୧୯୯୧ ମସିହାରେ କେନ୍ଦ୍ର ସରକାରଙ୍କ ବନ୍ୟ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କୁମ୍ଭୀରର ଅତ୍ୟଧିକ ବଂଶବୃଦ୍ଧି ଯୋଗୁ ବର୍ଷା ଓ ବନ୍ୟା ସମୟରେ ବାହାର ଅଞ୍ଚଳକୁ ପଳାଇବା ସାଧାରଣ କଥା। ଫଳରେ ମଣିଷ ଓ କୁମ୍ଭୀର ଲଢ଼େଇ ଅଧିକ ହେଉଛି। ଏହାକୁ ରୋକିବା ସହ ଲୁଣା ଅଞ୍ଚଳରେ ମାଛବଂଶ ବୃଦ୍ଧି ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ। ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ୧୯୭୫ ମସିହାରେ ଭିତରକନିକାରେ କୁମ୍ଭୀର ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତତ୍କାଳୀନ ସମୟରେ ଏହାର ସଂରକ୍ଷଣ ଜରୁରୀ ଥିଲା। ୧୯୯୧ରେ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ୧୯୯୫ ମସିହାରେ ସଂରକ୍ଷଣ କାର୍ଯ୍ୟକ୍ରମକୁ ବନ୍ଦ ରଖାଗଲା। ୧୯୭୫ରେ ମାତ୍ର ୯୪ଟି କୁମ୍ଭୀର ଥିବାବେଳେ ୨୦ ବର୍ଷରେ ଏହା ହଜାରକୁ ବୃଦ୍ଧି ପାଇସାରିଥିଲା। ଏହାସତ୍ତ୍ୱେ ଏବେ ମଧ୍ୟ କୁମ୍ଭୀର ଅଣ୍ଡା ସଂଗ୍ରହ ଓ ହାଚେରିରେ ସଂରକ୍ଷଣ କରାଯାଉଛି। ସୀମିତ ଅଞ୍ଚଳରେ କୁମ୍ଭୀରଙ୍କ ଅତ୍ୟଧିକ ବଂଶବୃଦ୍ଧି ସ୍ଥାନୀୟ ଅଞ୍ଚବାସୀଙ୍କ ପାଇଁ ଘାତକ ହେବ। ଏ ସମ୍ପର୍କରେ କନିକା ରେଞ୍ଜର ମାନସ ଦାସଙ୍କୁ ପଚାରିବାରେ ଭିତରକନିକାରେ କୁମ୍ଭୀର ସଂରକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି। ବିଭାଗୀୟ ନିର୍ଦ୍ଦେଶକୁ ସର୍ବଦା କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ,୯।୪: ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର...

ସରକାରୀ ଶିକ୍ଷାନୁଷ୍ଠାନରେ ନିର୍ଯାତନାର ଶିକାର ହେଉଛନ୍ତି ଛାତ୍ରୀଛାତ୍ର, ଶିକ୍ଷାମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ସ୍କୁଲଠାରୁ ହାଇ ସ୍କୁଲ ଯାଏ ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହେଉଛନ୍ତି।...

ଆରଜେ ମହଭାସ୍ ଙ୍କ ସହ ଫଟୋ ପୋଷ୍ଟ କଲେ ୟୁଜଭେନ୍ଦ୍ର ଚହଲ୍, ତା’ପରେ ଲେଖିଲେ ଏମିତି

ନୂଆଦିଲ୍ଲୀ,୯।୪: ପଞ୍ଜାବ କିଙ୍ଗସ୍ ଷ୍ଟାର ସ୍ପିନର୍ ୟୁଜଭେନ୍ଦ୍ର ଚହଲ୍ ବୁଧବାର ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଆରଜେ ମହଭାସ୍ ଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି।...

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୪: ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଭେଟିଛନ୍ତି। ନର୍ଥ ବ୍ଲକ୍‌ରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଯାଇ ମୁଖ୍ୟମନ୍ତ୍ରୀ...

ଅସହ୍ୟ ହେଲା ଋଣଭାର, ବିଷ ପିଇ ଜୀବନ ହାରିଲେ ଦମ୍ପତି

ପୁରୁଷୋତ୍ତମପୁର,୯ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବେଢ଼ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାରରେ...

ଆସିଲା ବଡ଼ ଅପଡେଟ୍‌: ଏଥର ଅକ୍ଷୟ ତୃତୀୟାରେ ବଢିବ ନା କମିବ ସୁନା!

ନୂଆଦିଲ୍ଲୀ,୯।୪: ଆଉ କିଛିଦିନ ପରେ ଅକ୍ଷୟ ତୃତୀୟା। ଏହି ଅବସରରେ ସୁନା କିଣିବାର ପରମ୍ପରା ରହିଛି। ଏବେ ସୁନାଦର ଖସୁଥିବାବେଳେ ସୁନାପ୍ରେମୀମାନେ ଅପେକ୍ଷା କରିଛନ୍ତି। ଯଦି...

କାନ୍ଦୁଛି ପାକିସ୍ତାନ, ଆତଙ୍କବାଦର ଜନକ ଏବେ…

ଇସଲାମାବାଦ,୯।୪: ସାରା ବିଶ୍ୱରେ ଆତଙ୍କବାଦ ବିସ୍ତାର କରୁଥିବା ପାକିସ୍ତାନ ଏବେ ନିଜେ ଆତଙ୍କବାଦ ଦ୍ୱାରା ବିଚଳିତ। ଆତଙ୍କବାଦର ମାଷ୍ଟରମାଇଣ୍ଡ ପାକିସ୍ତାନ କାନ୍ଦୁଛି। ସୂଚନାଅନୁଯାୟୀ, ପାକିସ୍ତାନର ପରାମର୍ଶଦାତା...

ସୁନା ବନ୍ଧା ପକାଇଛନ୍ତି କି? ଗୋଲ୍ଡ ଲୋନ୍‌ ନିୟମରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୯।୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୋଲ୍ଡ ଲୋନ୍‌ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ଏହି ଘୋଷଣା ପରେ ଗୋଲ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image