ପୁରୀ ମୁଖ୍ୟ କେନାଲରେ କୁମ୍ଭୀର

ଫୁଲନଖରା,୩।୩(ଡି.ଏନ.ଏ.): କଟକ ସଦର ଥାନା ଅନ୍ତର୍ଗତ ପୁରୀ ମୁଖ୍ୟ କେନାଲର ନୂଆଗଡଠାରେ ବୁଧବାର ଏକ ଥଣ୍ଟିଆ କୁମ୍ଭୀର ଦେଖିବାକୁ ମିଳିଥିଲା। ଉକ୍ତ କୁମ୍ଭୀର ସାତକୋଶିଆ ଗଣ୍ଡରୁ ମହାନଦୀର ନରାଜ ଦେଇ ପୁରୀ ମୁଖ୍ୟ କେନାଲରେ ପ୍ରବେଶ କରିଥିବା ଜଣାପଡିଛି। ଏହି କୁମ୍ଭୀର ପିଠିରେ ବନ ବିଭାଗ ପକ୍ଷରୁ ଜିପିଏସ୍‌ ସିଷ୍ଟମ ଖଞ୍ଜାଯାଇ ଗତିବିଧି ଉପରେ ନଜର ରଖାଯାଇଛି। ବୁଧବାର ନରାଜଠାରେ ଗେଟ୍‌ ବନ୍ଦ କରି ମୁଖ୍ୟ କେନାଲରୁ ଜଳ ନିଷ୍କାସନ କରାଯାଉଛି। ଗୁରୁବାର ସୁଦ୍ଧା କୁମ୍ଭୀରକୁ ଉଦ୍ଧାର କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Share