Categories: ଜାତୀୟ

ରାତିରେ ପାଟ୍ରୋଲିଂ କରୁଥିଲା ପୋଲିସ, ଅଚାନକ ଘଟିଲା ଏମିତି

ଲକ୍ଷ୍ନୌ,୨୪।୮: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରରେ ଏବେ କୁମ୍ଭୀର ଆତଙ୍କ ଖେଳି ଯାଇଛି। ଅନେକଥର କୁମ୍ଭୀର ନଦୀରୁ ବାହାରି ଆସୁଥିବାବେଳେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ରବିବାର ବିଳମ୍ବିତ ରାତିରେ ପୋଲିସ ଗାଡି ପାଟ୍ରୋଲିଂ କରୁଥିବାବେଳେ ଅଚାନକ ଏକ ବିରାଟ କୁମ୍ଭୀର ଗାଡି ସାମ୍ନାକୁ ଆସିଥିଲା। ଗାଡିରେ ଥିବା ପୋଲିସ କର୍ମଚାରୀମାନେ ଭୟଭୀତ ହୋଇ କୁମ୍ଭୀର ଯିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନାଯୋଗ୍ୟ, ଲକ୍ଷ୍ମୀପୁର ଖେରା ଜିଲାର ଅନେକ ଗ୍ରାମରେ ବନ୍ୟା ଯୋଗୁ ଲୋକେ ପାଣି ଘେରରେ ଅଛନ୍ତି। ଏପଟେ କୁମ୍ଭୀର ଏବଂ ଅନ୍ୟ ଜୀବଜନ୍ତୁଙ୍କ ଭୟ ମଧ୍ୟ ଲୋକଙ୍କୁ ଘାରୁଛି।

Share