ଶୌଚ ବେଳେ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡ଼ା,୨୯ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଇନ୍ଦୁପୁର ଅନ୍ତର୍ଗତ ଘାଘରା ପଞ୍ଚାୟତ ଘାଗରାଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଗୁରୁବାର କୁମ୍ଭୀର ଟାଣି ନେଇଛି। ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଛକି ରହିଥିବା ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା। ବ୍ୟକ୍ତି ଜଣକ ହେଲେ ଘାଗରାଡିଆ ଗ୍ରାମର ଗଙ୍ଗାଧର ତରାଇ(୫୬) ବୋଲି ଜଣାପଡିଛି।
ହେଲେ ତାଙ୍କର କୌଣସି ପତ୍ତା ମିଳିନାହିଁ । ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଏବଂ ଗ୍ରାମବାସୀ ଖୋଜାଖୋଜି ଜାରି ରଖିଛନ୍ତି ।

ସୂଚନା ଯୋଗ୍ୟ, ଚଳିତ ମାସରେ କେନ୍ଦ୍ରାପଡ଼ା ଜିଲାରେ କୁମ୍ଭୀର ମୁହଁରେ ଜୀବନ ଯିବା ଏହା ତୃତୀୟ ଘଟଣା l ଗତ ପହିଲି ରଜରେ ପଟ୍ଟାମୁଣ୍ଡାଇ ନିମପୂରୁ ଗ୍ରାମର ଆଶୁତୋଷ ଆଚାର୍ଯ୍ୟ ନାମକ ୧୦ ବର୍ଷର ନାବାଳକକୁ କୁମ୍ଭୀର ଟାଣି ନେଇ ମାରି ଦେଇଥିବା ବେଳେ ଗତ ୨୧ ତାରିଖରେ ରାଜନଗର ହାତିଆଗଡି ଗାଁର ଜଣେ ୪୨ ବର୍ଷୀୟା ମହିଳା ସୀତା ରାଣୀ ଦାସଙ୍କୁ କୁମ୍ଭୀର ଟାଣି ନେଇଥିଲା।

Share