Categories: ଫୁରସତ

ଆଖି ପିଛୁଳାକେ ନିଜ ସାଥୀକୁ ଜିଅନ୍ତା ଗିଳିଦେଲା କୁମ୍ଭୀର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ…

କୁମ୍ଭୀରକୁ ଦୁନିଆର ସବୁଠାରୁ ଭୟଙ୍କର ଶିକାରୀ ତାଲିକାରେ ଗଣାଯାଇଥାଏ। ଏଥିଲାଗି ଯେତେ ବଡ଼ ପ୍ରାଣୀ ହୋଇଥାଉନା କାହିଁକି କୁମ୍ଭୀର ସମ୍ମୁଖକୁ ଆସିବାକୁ ଡରିଥାଏ। ଜଙ୍ଗଲର ରାଜା ସିଂହ ବି ଏହାଠାରୁ ଦୂରରେ ରୁହେ। ହେଲେ ଏଭଳି ଏକ ବିଶାଳକାୟ କୁମ୍ଭୀରର ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ। କାରଣ ଭିଡିଓରେ କୁମ୍ଭୀରଟି ନିଜର ସାଥୀ କୁମ୍ଭୀରକୁ ଆଖି ପିଛୁଳାକେ ଶିକାର କରୁଥିବା ଦେଖାଯାଇଛି।

ଭିଡିଓରେ କୁମ୍ଭୀରଟି ନିଜର ୬ଫୁଟ ଲମ୍ବ ସାଥୀ କୁମ୍ଭୀରକୁ ଗିଳୁଥିବା ଦେଖାଯାଇଛି। ଏହାପରେ ସେ ପାଣିକୁ ଚାଲିଯାଉଛି। କ୍ୟାମେରାରେ ଏହି ଦୃଶ୍ୟ କଏଦ ହେବା ପରେ ଭାଇରାଲ ହେଉଛି। କିଛି ସମୟ ମଧ୍ୟରେ ଏହାକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ସେହିଭଳି କମେଣ୍ଟ ସଂଖ୍ୟା ମଧ୍ୟ ବଢ଼ୁଛି। ଇନ୍‌ଷ୍ଟାଗ୍ରାମ ପେଜ୍‌ ‘ଓସିଅନ୍‌ ଲାଇଫ’ରେ ଏହାର କିଛି ସେକେଣ୍ଡର ଭିଡିଓ ଶେୟାର କରାଯାଇଛି।

ଦେଖନ୍ତୁ:

Share