ଜଳକାରେ କୁମ୍ଭୀର ଆତଙ୍କ

ବାଲେଶ୍ୱର ଅଫିସ,୨୨ା୮: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଗାନ୍ଧୀ ଛକ ନିକଟରେ ଜଳକା ନଦୀରେ କୁମ୍ଭୀର ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଜଳକାରେ ପାଣି ଅଧିକ ହେବାରୁ ଶତାଧିକ ଗାଁ ଜଳମଗ୍ନ ହେବାରୁ କୁମ୍ଭୀର ଗାଁ ମଧ୍ୟକୁ ପଶିଆସିବା ଭୟ ସୃଷ୍ଟି ହୋଇଛି।