Categories: ଫୁରସତ

ମଇଁଷିକୁ କାମୁଡ଼ି ଧରିଲା କୁମ୍ଭୀର, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଥାଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। କୁହାଯାଏ ଯେ, ପାଣିରେ ଘରକରି କୁମ୍ଭୀର ସହ ଶତ୍ରୁତା କରାଯାଏନି। ଏକ ଜଳାଶୟରେ ଅନେକ ମଇଁଷିଥିବା ବେଳେ ଏକ କୁମ୍ଭୀର ଆସିି ଏକ ମଇଁଷିକୁ ଆକ୍ରମଣ କରୁଛି। ମଇଁଷିର ପାଟିକୁ ସେ ଟାଣି ଧରିଥିବା ବେଳେ ମଇଁଷି ତାହା ପାଖରୁ ବଞ୍ଚିବାକୁ ଚେଷ୍ଟା କରୁଛି। ପରେ ମଇଁଷି ଜୀବନ ବଞ୍ଚେଇବାକୁ ବହୁତ ଚେଷ୍ଟାକରି ପାଣୀରୁ ବାହାରକୁ ଆସିବା ପରେ କୁମ୍ଭୀର ତାହାକୁ ଛାଡ଼ି ଦେଉଛି। ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

Share