Categories: ବାଣିଜ୍ୟ

କ୍ରମ୍ପଟନ୍‌ର ମିନି ମାଷ୍ଟର ପ୍ଲସ୍‌ ପମ୍ପ

ନୂଆଦିଲ୍ଲୀ,୨୭।୫: କ୍ରମ୍ପଟନ୍‌ ଗ୍ରୀଭସ୍‌ କଞ୍ଜୁମର ଇଲେକଟ୍ରିକାଲ୍ସ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ହାଇଫ୍ଲୋ ମାକ୍ସ ପ୍ରଯୁକ୍ତିରେ ସୁସଜ୍ଜିତ ମିନି ମାଷ୍ଟର ପ୍ଲସ୍‌ ପମ୍ପର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଏହି ସଦ୍ୟତମ ଛାମୁଆ ଉପତ୍ାଦ ଏକାଧିକ ନବୋନ୍ମେଷୀ ବୈଶିଷ୍ଟ୍ୟ ସହ ଆସୁଛି ଏବଂ ଜଳ ପମ୍ପିଙ୍ଗ୍‌ ପ୍ରକ୍ରିୟାକୁ ତ୍ୱରାନ୍ବିତ କରୁଛି। ଏତଦ୍ଦ୍ବାରା ପୂର୍ବାପେକ୍ଷା ଅଧା ସମୟରେ ପାଣି୍‌ଟାଙ୍କି ଦ୍ରୁତତର ଭର୍ତ୍ତି କରିବାକୁ ଏହା ସୁନିଶ୍ଚିତ କରୁଛି। ବିଶେଷକରି ଗୁଣବତ୍ତା, ନିର୍ଭରଯୋଗ୍ୟତା ଏବଂ ନବସୃଜନକୁ କେନ୍ଦ୍ର ସ୍ଥାନରେ ରଖି କମ୍ପାନୀ ତା’ର ନୂତନ ଉତ୍ପାଦକୁ ବଜାର ପ୍ରବେଶ କରାଇଛି। ସେହିଭଳି କ୍ରମ୍ପଟନ୍‌ର ମିନି ମାଷ୍ଟର ପ୍ଲସ୍‌ ପମ୍ପରେ ଭଲୁଟ କେସିଂ ଏବଂ ଆଡାପ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଉପରେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସିଟ (ଏସ୍‌ଏସ)୍‌ ଭଳି ଉନ୍ନତ ବୈଶିଷ୍ଟ୍ୟ ରହିଛି, ଯାହା ପମ୍ପକୁ କଳଙ୍କିମୁକ୍ତ ରଖିବା ସହ ପ୍ରତିବନ୍ଧକ ଶୂନ୍ୟ କାର୍ଯ୍ୟକାରିତା ପ୍ରଦାନ କରୁଛି। ଏହା ଜାମ୍‌ ହେବା ଅଥବା ପମ୍ପର ବିଫଳତା ଭଳି ସମସ୍ୟା ସୃଷ୍ଟି ନ ହେବାକୁ ସୁନିଶ୍ଚିତ କରୁଛି ଏବଂ ସୁରୁଖୁରୁରେ ଜଳ ପ୍ରବାହକୁ ନିଶ୍ଚିତ କରୁଛି। ଏଥିସହ ଏହାର ନିର୍ମାଣ ପମ୍ପର ହାଇଡ୍ରଲିକ୍‌ ଉପରେ ପକାଉଥିବା ପ୍ରଭାବ ଦ୍ୱାରା ଅଧିକ ଜଳପ୍ରବାହ ସହିତ ଉନ୍ନତ ପ୍ରଦର୍ଶନ ପ୍ରଦାନ କରୁଛି। ଏ ସମ୍ପର୍କରେ କ୍ରମ୍ପଟନ୍‌ ଗ୍ରୀଭସ୍‌ କଞ୍ଜୁମର ଇଲେକ୍‌ଟ୍ରିକାଲ୍ସ ଲିମିଟେଡ୍‌ର ଭିପି ଏବଂ ବିଜ୍‌ନେସ୍‌ ହେଡ୍‌ ପମ୍ପସ ରଜତ ଚୋପ୍ରା କହିଛନ୍ତି, କ୍ରମ୍ପଟନ୍‌ ନିରନ୍ତର ଭାବେ ନବସୃଜନ ଯୋଗାଇ ଆସିଛି, ଯାହା ଆମ ଗ୍ରାହକଙ୍କ ଜୀବନ ସହିତ ମୂଲ୍ୟ ଯୋଗ କରୁଛି।

Share