Categories: ବାଣିଜ୍ୟ

କ୍ରମ୍ପଟନ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୮।୧୧: କ୍ରମ୍ପଟନ୍‌ ଗ୍ରୀଭ୍‌ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଲାଇଟ ‘ଡେକୋ ବାଟନ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଉତ୍ପାଦର ଗୁଣାତ୍ମକତା ଓ ବିଶ୍ୱାସରେ ବ୍ରାଣ୍ଡ୍‌ର ପ୍ରତିବଦ୍ଧତା ରହିଛି। ଏପରିକି ନୂତନ କ୍ରମ୍ପଟନ୍‌ ଡେକୋ ବାଟନ ଲାଇଟର ‘ଆଳଙ୍କାରିକ ଆଲୋକୀକରଣ’ କରୁଥିବା ଶୈଳୀ, ଡିଜାଇନ ଓ ଉଚ୍ଚତର କାର୍ଯ୍ୟଦକ୍ଷତା ସହିତ ଗ୍ରାହକଙ୍କର ସାଜସଜ୍ଜାର ଦୃଷ୍ଟି ଆକର୍ଷଣ କରୁଥିବା ଏକ ବାତାବରଣ ସୃଷ୍ଟିର ମିଶ୍ରଣ ଗ୍ରାହକଙ୍କର ବାସସ୍ଥାନରେ ଆମୂଳଚୂଳ ପରିବର୍ତ୍ତନ କରିବା ପାଇଁ ଏହା ପ୍ରସ୍ତୁତ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ କ୍ରମ୍ପଟନ ଗ୍ରୀଭ୍‌ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡର ଉପାଧ୍ୟକ୍ଷ ତଥା ବ୍ୟବସାୟ ମୁଖ୍ୟ (ଆଲୋକୀକରଣ) ଶାଲୀନ ନାୟକ କହିଥିଲେ, ଘରର ଆଧୁନିକୀକରଣ କ୍ଷେତ୍ରରେ ଆଲୋକୀକରଣ ଏକ ଅଭିନ୍ନ ଅଙ୍ଗ ହୋଇଯାଇଛି, ଏହା ନା କେବଳ କିଛି ସ୍ଥାନକୁ ଆଲୋକିତ କରିବା ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଶୈଳୀ ଓ ସାମଗ୍ରିକ ଉନ୍ନତ ସାଜସଜ୍ଜାକୁ ପ୍ରତିଫଳିତ କରୁଥିବା ଏକ ମନୋଦଶା ମଧ୍ୟ ସୃଷ୍ଟି କରିଥାଏ।

Share