ବର୍ଷା, କୁଆପଥର ମାଡ଼ରେ ବ୍ୟାପକ ଫସଲ କ୍ଷତି

ସିଂହପୁର,୩ା୪(ଡି.ଏନ.ଏ.): ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଚିନାବାଦାମ, ମୁଗ ଓ ଅନ୍ୟାନ୍ୟ ଫସଲ କ୍ଷୟକ୍ଷତି ହୋଇଛି। ଅମଳ ସମୟରେ ଫସଲ କ୍ଷତି ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ହଜାରହଜାର ଟଙ୍କା ସାହୁକାରଠୁ ଧାର, ଉଦ୍ଧାର ଓ ସମବାୟ ସମିତିରୁ ଋଣ ଆଣି ଚାଷୀ ଫସଲ କରିଥିଲେ। ହେଲେ ଅମଳ ସମୟରେ ଏପରି ଅବସ୍ଥା ଚାଷୀ ମୁହଁରୁ ହସ ଛଡ଼ାଇ ନେଇଛି। ଚାଷୀଙ୍କୁ ମିଳୁଥିବା ଇନ୍‌ପୁଟ ସବସିଡ୍‌ କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ। ବାରମ୍ବାର ଏ ଅଞ୍ଚଳରେ ଫସଲ କ୍ଷତି ଯୋଗୁ ଚାଷୀ ଚାଷ ଛାଡ଼ି ଦାଦନ ଖଟିବାକୁ ଯିବାକୁ ବାହାରିଲେଣି। ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ଓଡ଼ିଶା କୃଷକ ବିକାଶ ମଞ୍ଚ ଆଗାମୀ ଦିନରେ ଚାଷୀଙ୍କୁ ଏକତ୍ର କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ମଞ୍ଚର ରବୀନ୍ଦ୍ର ଜେନା, ଶନାତନ ସାହୁ, ଗୋବିନ୍ଦ ପରିଡ଼ା, ଭୁବନାନନ୍ଦ ସାମଲ, ବଳରାମ ବଳ, ରବୀନ୍ଦ୍ର ଧଳ, କୁଞ୍ଜ ବିହାରୀ ବେହେରା, ସନ୍ତୋଷ ଧଳ, ଉପେନ୍ଦ୍ର ରାଉତ, ଅମୂଲ୍ୟ ଦେବତା, ଗୋପାଳ ସାମଲ ଓ ପ୍ରମୁଖ ଚେତାବନୀ ଦେଇଛନ୍ତି।

Share