ବାର୍‌ହା ଉପଦ୍ରବ: ଫସଲ ନଷ୍ଟ

ହିଞ୍ଜିଳିକାଟୁ,୨୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଓ ହିଞ୍ଜିଳି ରାଜସ୍ବ ଗ୍ରାମରେ ଗତ କିଛି ଦିନ ଧରି ବାର୍‌ହା ଉପଦ୍ରବ ଯୋଗୁଁ ବହୁ ଚାଷୀ ଙ୍କ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବାର୍‌ହା ପଲ ଧାନ ଫସଲ ସହ ପରିବା ବାଡ଼ରେ ପଶି ବ୍ୟାପକ ନଷ୍ଟ କରୁଛନ୍ତି। ଶନିବାର ଭୋର୍‌ରେ ଆଙ୍କୋରଡା ଅଞ୍ଚଳରେ ପ୍ରାୟ ୫ ଏକର ଜମିର ଫସଲ ବାର୍‌ହା ପଲ ନଷ୍ଟ କରିଥିବା ପୂର୍ବତନ କାଉନସିଲର ଯୁଧିଷ୍ଠିର ସ୍ବାଇଁ, ଯୋଗୀ ବେହେରା ପ୍ରମୁଖ କହିଛନ୍ତି। ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।